ବାଟରେ ପରିସ୍ରା, ତା’ ବାଟରେ ଆଇନ

Advertisment
ବାଟରେ ପରିସ୍ରା, ତା’ ବାଟରେ ଆଇନ

ଭୁବନେଶ୍ୱର : ସ୍ବଚ୍ଛତାକୁ ନେଇ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ର ତତ୍ପରତା କେତେ, ତାହାକୁ ନେଇ ଏବେ ଚର୍ଚ୍ଚା। ବାହାରେ ମଳତ୍ୟାଗ କଲେ ୨ଶହ ଓ ପରିସ୍ରା କଲେ ୧୫୦ ଟଙ୍କା ଜରିମାନା ଆଦାୟ କରାଯିବା ନେଇ ଯେଉଁ ଘୋଷଣା ହୋଇଥିଲା, ଆଜିର କିଛି ସ୍ଥାନର ଦୃଶ୍ୟ ଦେଖିବା ପରେ ତାହା ଆରମ୍ଭରୁ ଝୁଣ୍ଟିବା ଭଳି ମନେ ହେଉଛି।

publive-image

କେବଳ ଘୋଷଣା କରିଦେଇ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ବସିଯାଇଛି। ଆଜି ଏହି ନିର୍ଦ୍ଦେଶାବଳୀର ବାସ୍ତବତା ଯାଞ୍ଚ ବେଳେ ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି, ଯେଉଁଠି ସାଧାରଣ ଲୋକ ବାଟରେ ପରିସ୍ରା କରୁଛନ୍ତି। ଫଳରେ ଆଇନ ବାଟବଣା ହୋଇ ଯାଇଥିବା ଅନୁମେୟ ହୋଇଛି। ଗତକାଲି କଠିନ ବର୍ଜ୍ୟବସ୍ତୁ ପରିଚାଳନା ବାଇ ଲ’-୨୦୧୮ ମୁତାବକ ଜରିମାନା ଆଦାୟ ହେବାକୁ ନିଷ୍ପତ୍ତି ହୋଇଥିଲା। ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଆଜିଠାରୁ ଜରିମାନା ଆଦାୟ ପାଇଁ କୁହାଯାଇଥିଲା।

publive-image

publive-image

ଏଥିରେ ଆଜି ସହରର କ’ଣ ସ୍ଥିତି ରହିଛି ତାହା ଜାଣିବା ପାଇଁ ଉଦ୍ୟମ କରାଯାଇଥିଲା। ଶାସ୍ତ୍ରୀ ନଗରରୁ ରେଡ୍‌କ୍ରସ୍‌ ଭବନ ରାସ୍ତାରେ ଯିବା ବେଳେ ଲୋକମାନେ ନିର୍ଦ୍ବନ୍ଦ୍ବରେ ରାସ୍ତା କଡ଼ରେ ପରିସ୍ରା କରୁଥିଲେ। ସେହିଭଳି ବୁଦ୍ଧମନ୍ଦିର ପାଚେରି, ଜୟଦେବ ବିହାର ଛକ, ରାମମନ୍ଦିର ପାଚେରି, ସେଣ୍ଟ ଯୋସେଫ୍‌ ସ୍କୁଲ କାନ୍ଥ, ପ୍ରେସ୍‌କ୍ଲବ କାନ୍ଥ, ରେଳଷ୍ଟେସନ ଟିକେଟ୍‌ କାଉଣ୍ଟର ନିକଟ ଏପରିକି ରାଜ୍ୟ ଭେଷଜ ନିୟନ୍ତ୍ରଣ ନିର୍ଦ୍ଦେଶାଳୟ ଫାଟକ ସମ୍ମୁଖରେ ଦୁଇଜଣ ପରିସ୍ରା କରୁଥିବା ଦେଖାଯାଇଥିଲା। ପ୍ରତ୍ୟେକଙ୍କର ଅଭିଯୋଗ ଥିଲା ପ୍ରଥମେ ଭିତ୍ତିଭୂମି ସଜାଡ଼ିବା ପରେ କାର୍ଯ୍ୟାନୁଷ୍ଠାନ ବା ଜରିମାନା ସଂଗ୍ରହ କରାଯାଏ। ହେଲେ ପରିସ୍ରା କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା ନାହିଁ। ଏଣୁ ଏହି ଜରିମାନା କେବଳ ପ୍ରହସନ ହେବ ବୋଲି ସେମାନେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe