ଭୁବନେଶ୍ବର: ଏକ ମସ୍ତକ ବିହୀନ ଶରୀର। ମୂଳ ପିଣ୍ଡରୁ ବିଚ୍ଛିନ୍ନ ଏକ ସତ୍ତା, ସାମ୍ରାଜ୍ୟ ବା ପ୍ରତୀକାତ୍ମକ ଭାବେ ଆଜିର ସମାଜ ଯାହାର ହୁଏତ କଳେବର ଅଛି, କିନ୍ତୁ ଉତ୍ସ ନାହିଁ। ଆଦର୍ଶ ଓ ଅନାଦର୍ଶ, ଏ ଦୁଇ ଦିଗନ୍ତ ଭିତରେ ଏବଂ ଏ ଦୁଇର ଆକର୍ଷଣ ଏଡ଼ାଇ ଯାଉଥିବାର ପ୍ରୟାସ ଅଥଚ ଏଡ଼ାଇ ଯାଇ ପାରୁନଥିବା ଅସାମର୍ଥ୍ୟ ଭିତରେ ଏକ ଉଜ୍ଜ୍ବଳ ସୂର୍ଯ୍ୟାଲୋକକୁ ଅବଚେତନ ସ୍ତରରେ କାମନା କରୁଥିବା ଅସହାୟ ମଣିଷର ଅନ୍ତର୍ବେଦନାର ଆଲେଖ୍ୟ ହେଉଛି ନାଟକ ‘କବନ୍ଧ’। ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ‘ଉତ୍ତର ପୁରୁଷ’ ନାଟ୍ୟସଂସ୍ଥାର ନାଟ୍ୟ ପରିକ୍ରମାର ଆଜି ଦ୍ବିତୀୟ ଦିନରେ ସରୋଜକାନ୍ତ ମିଶ୍ରଙ୍କ ରଚିତ ଏହି ଏହି ନାଟକ ପରିବେଷିତ ହୋଇଥିଲା। ଏହାର ନିର୍ଦ୍ଦେଶନା ଚକ୍ରଧର ପାତ୍ର ଦେଇଥିବା ବେଳେ ବିଭିନ୍ନ ଭୂମିକାରେ ଚକ୍ରଧର, ନିଶିକାନ୍ତ, ରାଜେଶ, ଜଗନ୍ନାଥ, ଦେବଳେନ୍ଦୁ, ରାକେଶ, ରୂପେଶ ଓ ମନୋଜ ପ୍ରମୁଖ ଅଭିନୟ କରିଥିଲେ। ଆଜିର ସଂଧ୍ୟାର ଅତିଥି ଭାବେ ସୋଆ ବିଶ୍ବବିଶ୍ବବିଦ୍ୟାଳୟର ଛାତ୍ର କଲ୍ୟାଣ ଅଧ୍ୟକ୍ଷ ଜ୍ୟୋତିରଞ୍ଜନ ଦାସ, ଜୁପିଟର୍ ଶିକ୍ଷାନୁଷ୍ଠାନର ସଭାପତି ବିରଞ୍ଚି ପଣ୍ଡା ଓ ନାଟ୍ୟ ବ୍ୟକ୍ତିତ୍ବ ଧୀରେନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଉତ୍ତରପୁରୁଷର ଉପସଭାପତି ଚିତ୍ତରଞ୍ଜନ ସ୍ବାଇଁ ଉପସ୍ଥିତ ଥିଲେ। ଅନୁଷ୍ଠାନର ସମ୍ପାଦକ ଦେବଦତ୍ତ ପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us