ଭୁବନେଶ୍ୱର: ଉତ୍କଳ ଫଟୋଗ୍ରାଫି କ୍ଲବ୍ ପକ୍ଷରୁ ଫଟୋଚିତ୍ର ପ୍ରଦର୍ଶନୀ ‘ଚିତ୍ରବର୍ଣ୍ଣାଳୀ’ ଲଳିତ କଳା ଏକାଡେମିଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏକାଡେମିର ସଚିବ ମାନସ ରଞ୍ଜନ ଜେନା, ବାସନ୍ତୀ ଦାସ, ଉତ୍କଳ ଫଟୋଗ୍ରାଫି କ୍ଲବ୍ର ସଭାପତି ଶ୍ରୀକୃଷ୍ଣ ଦାସ ଓ ସମ୍ପାଦକ ଦେବାଂଶୁ ସିଦ୍ଧାର୍ଥ ପଟ୍ଟନାୟକ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହି ପ୍ରଦର୍ଶନୀରେ ୪୦ ସଦସ୍ୟଙ୍କ ୧୧୦ଟି ଫଟୋଚିତ୍ର ସ୍ଥାନ ପାଇଛି। ମାସିକିଆ ଉତ୍କଳ ଫଟୋଗ୍ରାଫି ପ୍ରତିଯୋଗିତାରେ ଶ୍ରେଷ୍ଠ ସ୍ଥାନ ପାଇଥିବା ୨୧ଟି ଫଟୋକୁ ମଧ୍ୟ ସ୍ଥାନ ଦିଆଯାଇଛି। ବନ୍ୟଜନ୍ତୁଙ୍କଠାରୁ ଆରମ୍ଭ କରି ବିଭିନ୍ନ ଦର୍ଶନୀୟ ସ୍ଥାନର ଦୃଶ୍ୟକୁ ଏଥିରେ ସ୍ଥାନିତ କରାଯାଇଛି। ଏହି ପ୍ରଦର୍ଶନୀ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us