ଉତ୍କଳ ରୟାଲ ରେସିଡେନ୍‌ସି ସିଲ୍‌ ଖୋଲିଲା

Advertisment
ଉତ୍କଳ ରୟାଲ ରେସିଡେନ୍‌ସି ସିଲ୍‌ ଖୋଲିଲା

Real Estate India

ଭୁବନେଶ୍ବର : କଳ୍ପନା ଛକସ୍ଥିତ ଉତ୍କଳ ରୟାଲ ରେସିଡେନ୍‌ସିରେ ବହୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ଏହି ଆପାର୍ଟମେଣ୍ଟକୁ ସିଲ୍‌ କରି ଦିଆଯାଇଥିଲା। ‌ଗତ ୨୩ ତାରିଖରେ ଏହି ଆପାର୍ଟମେଣ୍ଟ ସିଲ୍‌ ହେବା ପରେ କୋଭିଡ୍‌ କଟକଣା ଅନୁଯାୟୀ, ଏହି ଆପାର୍ଟମେଣ୍ଟ ପରିସରକୁ ବାହାର ଲୋକଙ୍କୁ ଛଡ଼ା ଯାଇନଥିଲା କି ଆପାର୍ଟମେଣ୍ଟ ବାସିନ୍ଦା ବାହାରକୁ ଆସିନଥିଲେ। ହେଲେ ବିଏମ୍‌ସି ପକ୍ଷରୁ ଆପାର୍ଟମେଣ୍ଟରେ ରହୁଥିବା ସମସ୍ତ ବାସିନ୍ଦାଙ୍କୁ ଜରୁରୀକାଳୀନ ସାମଗ୍ରୀ ଯୋଗାଇବା ସମ୍ଭବ ହୋଇନଥିଲା। ଏପରିକି ବହୁ ଲୋକ ବାହାରକୁ ଆସି ବିଭିନ୍ନ ସାମଗ୍ରୀ କିଣାକିଣି କରୁଥିବା ଦେଖିବାକୁ ମିଳିଥିଲା। ଏହାପରେ ବିଏମ୍‌ସି ପକ୍ଷରୁ ଆପାର୍ଟମେଣ୍ଟକୁ ବିଶୋଧନ କରିବାକୁ କୁହାଯାଇଥିଲା। ବିଶୋଧନ ସରିବା ପରେ ଏହାର ସିଲ୍‌ ଖୋଲି ଦିଆଯାଇଛି। ଆଜି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ, ରାଜଧାନୀର ବିଭିନ୍ନ ଆପାର୍ଟମେଣ୍ଟରୁ ବହୁଳ ସଂଖ୍ୟାରେ କରୋନା ଆକ୍ରାନ୍ତ ବାହାରିବା ପରେ ଆମେ ବହୁ ଆପାର୍ଟମେଣ୍ଟ ସିଲ୍‌ କରିଛୁ। ଯେଉଁଠାରେ କୋଭିଡ୍‌ କଟକଣା ଅନୁଯାୟୀ ସମସ୍ତ ପଦକ୍ଷେପ ନିଆଯାଉଛି ସେଠାରେ ଆପାର୍ଟମେଣ୍ଟ ସିଲ୍‌ ଖୋଲାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe