ଉତ୍କଳ ସମ୍ମିଳନୀର କେନ୍ଦ୍ରୀୟ କମିଟି କର୍ମକର୍ତ୍ତା ନିର୍ବାଚନ

Advertisment

୧୩ ବର୍ଷ ପରେ ଉତ୍କଳ ସମ୍ମିଳନୀର କେନ୍ଦ୍ରୀୟ କମିଟି କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଛି। ବୁଦ୍ଧ ମନ୍ଦିରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦାୟୀ ସଭାପତି ବସନ୍ତ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ। ପରିଷଦ ବୈଠକରେ ନ୍ୟାୟମୂର୍ତ୍ତି ଚିତ୍ତରଞ୍ଜନ ଦାଶ...

୧୩ ବର୍ଷ ପରେ ଉତ୍କଳ ସମ୍ମିଳନୀର କେନ୍ଦ୍ରୀୟ କମିଟି କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଛି। ବୁଦ୍ଧ ମନ୍ଦିରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦାୟୀ ସଭାପତି ବସନ୍ତ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ। ପରିଷଦ ବୈଠକରେ ନ୍ୟାୟମୂର୍ତ୍ତି ଚିତ୍ତରଞ୍ଜନ ଦାଶ...

ohfiacb

ଭୁବନେଶ୍ୱର: ୧୩ ବର୍ଷ ପରେ ଉତ୍କଳ ସମ୍ମିଳନୀର କେନ୍ଦ୍ରୀୟ କମିଟି କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଛି। ବୁଦ୍ଧ ମନ୍ଦିରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦାୟୀ ସଭାପତି ବସନ୍ତ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ। ପରିଷଦ ବୈଠକରେ ନ୍ୟାୟମୂର୍ତ୍ତି ଚିତ୍ତରଞ୍ଜନ ଦାଶ ଓ ରାଜ୍ୟବିଧି ଆୟୋଗ ସଦସ୍ୟ ଆଇନଜୀବୀ ସୈାରଚନ୍ଦ୍ରମହାପାତ୍ର ଉପସ୍ଥିତ ରହିଥିଲେ। ସାଧାରଣ ସମ୍ପାଦକ ରାଧାନାଥ ପ୍ରହରାଜ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ। ନିର୍ବାଚନ କମିସନ ରୂପେ କ୍ଷେତ୍ରମୋହନ ସାମନ୍ତରା, ରଞ୍ଜନ ରାଉତ ଓ ନିର୍ବାଚନ ଅଧିକାରୀ ରୂପେ ତାପସ ରଞ୍ଜନ ମିଶ୍ର ଦାୟିତ୍ବ ନିର୍ବାହ କରିଥିଲେ। ସୈାରଚନ୍ଦ୍ର ମହାପାତ୍ର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ୭ ଜଣ ଉପସଭାପତି ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ପ୍ରଫେସର କାଶୀନାଥ ରଥ, ଶ୍ରୀକାନ୍ତ ମିଶ୍ର, ସୁରେନ୍ଦ୍ରନାଥ ମହାନ୍ତି, ପ୍ରଦୀପ୍ତ କୁମାର ଦାଶ (ଝାଡ଼ଖଣ୍ଡ), ସନ୍ତୋଷ କୁମାର ରାଉତ, ଲକ୍ଷ୍ମୀଧର ଦାଶ ନିର୍ବାଚିତ ହୋଇଥିଲେ। ସାଧାରଣ ସମ୍ପାଦକ ଭାବେ ରାଧାନାଥ ପ୍ରହରାଜ ଓ ୭ ଜଣ ସମ୍ପାଦକ ରୂପେ ବାନାମ୍ବର ପରିଡ଼ା, ଜୟନ୍ତୀ ପଢ଼ିଆରୀ, ହରିହରମିଶ୍ର, ବିରଞ୍ଚିନାରାୟଣ ଦାଶ, ପ୍ରଦୀପ୍ତ କୁମାର ମହାରଣା, ଶିବପ୍ରସାଦ ପଣ୍ଡା (ଆନ୍ଧ୍ର ପ୍ରଦେଶ) ଓ ସ୍ୱାଗତିକା ରାଉତ ନିର୍ବାଚିତ ହୋଇଥିଲେ। କୋଷାଧ୍ୟକ୍ଷ ଭାବେ ତ୍ରିନାଥ ସାମନ୍ତରାୟ ନିର୍ବାଚିତ ହୋଇଥିଲେ। ଏଥି ସହିତ କାର୍ଯ୍ୟ ନିର୍ବାହୀ ସମିତିରେ ୫୮ଜଣ ସଦସ୍ୟ ନିର୍ବାଚିତହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe