ଭୁବନେଶ୍ୱର : ଉତ୍କଳ ସମ୍ମିଳନୀର ନବ ନିର୍ବାଚିତ କାର୍ଯ୍ୟକାରୀ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏପ୍ରିଲ ପହିଲା ସୁଦ୍ଧା ସରକାରୀକଳରେ ଓଡ଼ିଆ ଭାଷାର ପ୍ରଚଳନ ପାଇଁ ଦାବି ହୋଇଛି। ଏହା ସହିତ ରାଜ୍ୟର ସୀମା ସମସ୍ୟା ସମାଧାନ ପାଇଁ ରାଜସ୍ୱ ବିଭାଗରେ ସ୍ୱତନ୍ତ୍ର ସୀମାନ୍ତ ପ୍ରାକାଷ୍ଠ ଖୋଲାଯାଇ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ, ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ଜାତୀୟ ସଂଗୀତ ମାନ୍ୟତା ଦେବା, ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଂଗୀତ ମାନ୍ୟତା ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କୁ ଦାବି ଜଣାଇବା, ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ପରେ ବାସ୍ତବ ରୂପରେଖ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତତ୍ପରତା ଦିଗରେ ଦାବି କରିବା ଆଦି ପ୍ରସ୍ତାବ ଗୃହୀତ ହୋଇଥିଲା। ବୈଠକରେ ସମ୍ମିଳନୀର ସଭାପତି ଡ. ଅଦୈତ କୁମାର ପାତ୍ର ସଭାପତିତ୍ୱ କରିଥିଲେ। ସାଧାରଣ ସମ୍ପାଦକ ଅନନ୍ତ ପ୍ରସଦେ ଜେନା, ପ୍ରାକ୍ତନ ସଭାପତି ଡ. ଗୁରୁ ପ୍ରସାଦ ମହାନ୍ତି, ଉପସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପଦ୍ମନାଭ ସାମଲ, ଊଷାରାଣୀ ମହାନ୍ତି, ସଦାନନ୍ଦ ଦୀକ୍ଷିତ୍, କୋଷାଧ୍ୟକ୍ଷ ବିମଳ ଚନ୍ଦ୍ର ଷଡ଼ଙ୍ଗୀ, ଅକ୍ଷୟ ଦାସ, ଭୀମସେନ ମହାପାତ୍ର, ରାଜେନ୍ଦ୍ର ବିଶ୍ୱାଳ, ସୁଦର୍ଶନ ମହାପାତ୍ର, କମଳ ଚକ୍ରବର୍ତ୍ତୀ, ଗିରିଧାରୀ ପଟ୍ଟନାୟକ, ରବୀନ୍ଦ୍ର କୁମାର ମିଶ୍ର, ଅତନୁ କବି ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।
ଏପ୍ରିଲ ପହିଲା ସୁଦ୍ଧା ସରକାରୀକଳରେ ଓଡ଼ିଆ ଭାଷା ପ୍ରଚଳନ ପାଇଁ ‘ଉତ୍କଳ ସମ୍ମିଳନୀ’ର ଦାବି
Advertisment
Follow Us