ଭୁବନେଶ୍ୱର : ଉତ୍କଳ ସମ୍ମିଳନୀ ପକ୍ଷରୁ ଅନୁଷ୍ଠାନର ପୂର୍ବତନ ସଭାପତି ତଥା ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ପଣ୍ଡିତ ନୀଳକଣ୍ଠ ଦାସଙ୍କ ଶ୍ରଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପିଏମ୍ଜି ଛକରେ ଥିବା ତାଙ୍କ ପ୍ରତିମୂର୍ତିରେ ସମ୍ମିଳନୀ ପକ୍ଷରୁ ମାଲ୍ୟାର୍ପଣ କରାଯାଇଛି। ଅନୁଷ୍ଠାନର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱର ଶାଖା ଉପ ସଭାପତି ଇଂ ନିରାକାର ମହାଳିକ, ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ଉପ ସଭାପତି ଶୀତଳଚନ୍ଦ୍ର ମହାନ୍ତି, ସମ୍ପାଦକ ଗୋବିନ୍ଦଚନ୍ଦ୍ର ସୁବୁଦ୍ଧି, ଯୁଗ୍ମ ସମ୍ପାଦକ ବାସନ୍ତୀ ତ୍ରିପାଠୀ, କାର୍ଯ୍ୟନିର୍ବାହୀ ସମିତି ସଦସ୍ୟ ଇଂ ଶିବ ପ୍ରସାଦ ମିଶ୍ର, ଅଶୋକ ପାଲଟାସିଂହ ଓ ଅକ୍ଷୟ କୁମାର ଜେଠୀ ପ୍ରମୁଖ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us