ଉତ୍କଳ ସଂଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ଦାୟିତ୍ବରେ ବିଜୟ ଜେନା

Advertisment
ଉତ୍କଳ ସଂଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ଦାୟିତ୍ବରେ ବିଜୟ ଜେନା

ଭୁବନେଶ୍ବର: ଉତ୍କଳ ସଂଗୀତ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ବ ନେବେ ଡ. ବିଜୟ କୁମାର ଜେନା। ଏନେଇ ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଡ. ଜେନାଙ୍କୁ ଚିଠି କରାଯାଇଛି। ସଂପ୍ରତି ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ବରେ ଥିବା ଡ. ତମସାରାଣୀ ଦାସମହାପାତ୍ରଙ୍କର ମଙ୍ଗଳବାର କାର୍ଯ୍ୟକାଳ ସରୁଛି। ଏଣୁ ସରକାର ଏହି ପଦରେ ମହାବିଦ୍ୟାଳୟର ଓଡ଼ିଶୀ କଣ୍ଠ ସଂଗୀତ ବିଭାଗୀୟ ମୁଖ୍ୟ ଡ. ଜେନାଙ୍କୁ ଦାୟିତ୍ବ ଦେଇଛନ୍ତି।୨୦୦୨ ମସିହା ଡିସେମ୍ବର ୨୬ ତାରିଖରେ ଡ. ଜେନା ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଓଡ଼ିଶୀ କଣ୍ଠ ସଂଗୀତ ବିଭାଗରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ। ପରେ ସେ ଓଡ଼ିଶୀ କଣ୍ଠ ସଂଗୀତ ବିଭାଗର ବିଭାଗୀୟ ମୁଖ୍ୟ ଭାବେ ଦାୟିତ୍ବ ନେଇ କାର୍ଯ୍ୟ କରିଥିଲେ। ୨୦୧୮ ଜାନୁଆରି ୩ ତାରିଖରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡ଼ିଶା ସଂଗୀତ ନାଟକ ଏକାଡେମିର ଭାରପ୍ରାପ୍ତ ସଚିବ ପଦରେ ଅବସ୍ଥାପିତ ହୋଇ ୨ବର୍ଷ କିଛି ମାସ କାର୍ଯ୍ୟ କରିଥିଲେ। କରୋନା ପାଇଁ ବିଭାଗୀୟ ପଦୋନ୍ନତି ବୈଠକ ବସି ପାରି ନଥିବାରୁ ତାଙ୍କୁ ଏବେ ଭାରପ୍ରାପ୍ତ ଭାବେ ଦିଆଯାଇଥିବା ଜଣାପଡ଼ିଛି।ଏହି ପଦବି ପାଇବା ପ୍ରତିକ୍ରିୟାରେ ଡ. ଜେନା କହିଛନ୍ତି, ମହାବିଦ୍ୟାଳୟର ତୃଣମୂଳସ୍ତରର କର୍ମଚାରୀଙ୍କଠାରୁ ନେଇ ଅନ୍ୟ ଅଧ୍ୟାପକମାନଙ୍କ ସହ ମିଳିତ ଭାବେ ଅନୁଷ୍ଠାନର କିଭଳି ଉନ୍ନତି ହୋଇପାରିବ, ସେନେଇ କାମ କରିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe