୫ଜଣଙ୍କୁ ମିଳିବ ସମ୍ମାନସୂଚକ ଡକ୍ଟରେଟ୍‌

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ସମାବର୍ତନ ଉତ୍ସବ ୨୮ରେ

୨୧ରେ ପୁରୀରେ କୁଳପତି ସମ୍ମିଳନୀ

ଭୁବନେଶ୍ୱର: ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ ଫେବ୍ରୁଆରି ୨୬ ବଦଳରେ ୨୮ ତାରିଖରେ ଅନୁଷ୍ଠିତ ହେବ। ମଦନପୁରସ୍ଥିତ କ୍ୟାମ୍ପସରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ କଳା, ସଂସ୍କୃତି, ଗବେଷଣା କ୍ଷେତ୍ରରେ ଦକ୍ଷତା ପ୍ରତିିପାଦନ କରିଥିବା ଦେଶର ୫ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ପ୍ରଦାନ କରାଯିବ। ସେମାନେ ହେଲେ କାଶ୍ମୀରର ପ୍ରସିଦ୍ଧ ସନ୍ତୁର ବାଦକ ପଣ୍ଡିତ ଭଜନ ସୋପୋରୀ, ବିଶିଷ୍ଟ ତବଲା ବାଦକ ପଣ୍ଡିତ ହରମୋହନ ଖୁଣ୍ଟିଆ, ବିଶିଷ୍ଟ ଗବେଷକ ତଥା ସାହିତ୍ୟିକ ଅସୀତ କୁମାର ମହାନ୍ତି, ନାଟ୍ୟକାର, ନିର୍ଦ୍ଦେଶକ ତଥା ଅଭିନେତା ସଚ୍ଚିଦାନନ୍ଦ ଦାସ, ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ ପଦ୍ମଶ୍ରୀ ନୀଳମାଧବ ପଣ୍ଡା। ଏହି ଉତ୍ସବରେ କାଶ୍ମୀରର ପ୍ରସିଦ୍ଧ ସନ୍ତୁର ବାଦକ ପଣ୍ଡିତ ଭଜନ ସୋପୋରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। ୩ ଜଣଙ୍କୁ ପିଏଚ୍‌ଡି ଓ ୨୭ ଜଣଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯିବ। କୁଳାଧିପତି ତଥା ରାଜ୍ୟପାଳ ଏସ୍‌.ସି. ଜମିର ଉତ୍ସବରେ ଅଧ୍ୟକ୍ଷତା କରିବାର କାର୍ଯ୍ୟକ୍ରମ ରହିଛି। ବିଶ୍ୱବିଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ କଲେଜଗୁଡ଼ିକର ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ଓ କର୍ମଚାରୀ ଯୋଗଦେବାକୁ ବିଶ୍ୱବିଦ୍ୟାଳୟ କୁଳସଚିବ ସୁମନ ଦାସ ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତିି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe