ଆଉଟଲୁକ୍ ସର୍ଭେରେ ଉତ୍କଳ ବିଶ୍ବବିଦ୍ୟାଳୟ ରୢାଙ୍କ କମିଲା

ଓୟୁଏଟି ୬୭, ଉତ୍କଳ ୭୩ତମ ସ୍ଥାନରେ

New Indian Express

ଭୁବନେଶ୍ବର : ଆଉଟଲୁକ୍ ମାଗାଜିନ୍ ଏବଂ ଆଇସିଏଆର୍‌ଇ ପକ୍ଷରୁ ହୋଇଥିବା ଚଳିତବର୍ଷର ବିଶ୍ବବିଦ୍ୟାଳୟ ରୢାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି। ଏଥିରେ ଦେଶର ୭୫ଟି ରାଜ୍ୟସ୍ତରୀୟ ବିଶ୍ବବିଦ୍ୟାଳୟର ତାଲିକା ପ୍ରକାଶ ପାଇଥିବା ବେଳେ ଉତ୍କଳ ବିଶ୍ବବିଦ୍ୟାଳୟକୁ ୭୩ତମ ରୢାଙ୍କ ମିଳିଛି। ମୋଟ୍‌ ୧୦୦ ମାର୍କରୁ ଉତ୍କଳ ବିଶ୍ବବିଦ୍ୟାଳୟ ୪୫.୬୪ମାର୍କ ରଖି ଏହି ସ୍ଥାନରେ ରହିଛି। ସେହିପରି ଓୟୁଏଟି ୪୮.୪୩ ମାର୍କ ରଖି ୬୭ତମ ସ୍ଥାନରେ ରହିଛି। ଏହି ତାଲିକାରେ କୋଲକାତାର ଯାଦବପୁର ବିଶ୍ବବିଦ୍ୟାଳୟ ୮୯.୩୮ମାର୍କ ରଖି ପ୍ରଥମ ସ୍ଥାନରେ ରହିଛି। ଉତ୍କଳ ବିଶ୍ବବିଦ୍ୟାଳୟ ଏହି ସର୍ଭେରେ କମ୍‌ ରୢାଙ୍କ ପାଇବା ନେଇ ଶିକ୍ଷାବିତ୍‌ମାନେ ସମାଲୋଚନା କରିବା ଆରମ୍ଭ କରିଛନ୍ତି। କାରଣ ଏହା ପୂର୍ବରୁ ଉତ୍କଳ ଏହି ସର୍ଭେରେ ଯଥାକ୍ରମେ ୧୯ ଓ ୨୧ତମ ରୢାଙ୍କ ପାଇଥିଲା। କିନ୍ତୁ ହଠାତ୍ ଏତେ ରୢାଙ୍କ କମିବା ବିଶ୍ବବିଦ୍ୟାଳୟର ଶିକ୍ଷା ପଦ୍ଧତି, ଭିତ୍ତିଭୂମି, ପ୍ରଶାସନିକ ପରିଚାଳନା ପ୍ରତି ଅଙ୍ଗୁଳି ଉଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe