ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତନ ଉତ୍ସବ: ୫ ଜଣଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌

୪୦ ଜଣଙ୍କୁ ପିଏଚ୍‌ଡି, ୯୦ଜଣଙ୍କୁ ସ୍ବର୍ଣ୍ଣପଦକ, ୨୦୧୮-୧୯ ବର୍ଷ ପାଇଁ ପହିଲାରେ ସ୍ବତନ୍ତ୍ର ଉତ୍ସବ

ବାଣୀବିହାରର ୮ ପାଠ୍ୟକ୍ରମରେ ତାଲା, ସେଲ୍ଫ ଫାଇନା‌ନ୍ସିଂ ପାଠ୍ୟକ୍ରମରେ ଲାଗିଲା କଟକଣା

image source-new indian express

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ ଏପ୍ରିଲ ୩ରେ ଅନୁଷ୍ଠିତ ହେବ। ଏହି ଅବସରରେ ଦେଶର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୫ ବ୍ୟକ୍ତିବିଶେଷଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ଉପାଧି ପ୍ରଦାନ କରାଯିବ। ସେମାନେ ହେଲେ, ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ(ସିଏଜି) ଗିରୀଶ ଚନ୍ଦ୍ର ମୁର୍ମୁ, ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ସଞ୍ଜୁ ପଣ୍ଡା, ଭାବା ଆଟୋମିକ୍‌ ରିସର୍ଚ୍ଚ ସେଣ୍ଟରର ନିର୍ଦେଶକ ଅଜିତ କୁମାର ମହାନ୍ତି ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ବିଜୟ କୁମାର ସାହୁ। ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଏମ୍‌. ଭେଙ୍କିୟା ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ଉପାଧି ପ୍ରଦାନ କରିବେ।

ମିଳିଥିବା ସୂଚନା ଅନୁଯାୟୀ, ଏପ୍ରିଲ ୩ରେ ହେବାକୁ ଥିବା ସମାବର୍ତନ ଉତ୍ସବରେ ମୋଟ ୫୩୨ଜଣ ଯୋଗଦେବେ। ୨୦୧୯-୨୦ ଶିକ୍ଷାବର୍ଷର ମୋଟ ୪୦ଜଣଙ୍କୁ ପିଏଚ୍‌ଡି ଓ ୯୦ଜଣଙ୍କୁ ସ୍ବର୍ଣ୍ଣପଦକ ପ୍ରଦାନ କରିବାକୁ ସ୍ଥିର ହୋଇଛି। ଏହାବ୍ୟତୀତ ୨୦୧୮-୧୯ ଶିକ୍ଷାବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏପ୍ରିଲ ପହିଲାରେ ବିଶ୍ବବିଦ୍ୟାଳୟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ୧୩୦ଜଣଙ୍କୁ ପିଏଚ୍‌ଡି, ଦୁଇ ଜଣଙ୍କୁ ଡି.ଲିଟ୍‌ ଓ ୯୦ଜଣଙ୍କୁ ସ୍ବର୍ଣ୍ଣପଦକ ପ୍ରଦାନ କରାଯିବ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe