ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ: ଆଞ୍ଚଳିକ ଓ ବିଶ୍ବ ସଂସ୍କୃତିର ସମନ୍ବୟ ଆଜିର ଆବଶ୍ୟକତା

Advertisment

ଓଡ଼ିଶାର ଆଞ୍ଚଳିକ ସଂସ୍କୃତି ସହ ବିଶ୍ବ ସଂସ୍କୃତିର ସମନ୍ବୟ ହେଉଛି ଆଜିର ଆବଶ୍ୟକତା। ଏହାଦ୍ବାରା ହିଁ ଆମ ସଂସ୍କୃତିର ପରିଭାଷା ବିଶ୍ବସ୍ତରରେ ପହଞ୍ଚିପାରିବ ବୋଲି କଥାକାର ଦେବୀପ୍ରସନ୍ନ ପଟ୍ଟନାୟକ କହିଛନ୍ତି।

ଓଡ଼ିଶାର ଆଞ୍ଚଳିକ ସଂସ୍କୃତି ସହ ବିଶ୍ବ ସଂସ୍କୃତିର ସମନ୍ବୟ ହେଉଛି ଆଜିର ଆବଶ୍ୟକତା। ଏହାଦ୍ବାରା ହିଁ ଆମ ସଂସ୍କୃତିର ପରିଭାଷା ବିଶ୍ବସ୍ତରରେ ପହଞ୍ଚିପାରିବ ବୋଲି କଥାକାର ଦେବୀପ୍ରସନ୍ନ ପଟ୍ଟନାୟକ କହିଛନ୍ତି।

bbbnv

ଖଣ୍ଡଗିରି: ଓଡ଼ିଶାର ଆଞ୍ଚଳିକ ସଂସ୍କୃତି ସହ ବିଶ୍ବ ସଂସ୍କୃତିର ସମନ୍ବୟ ହେଉଛି ଆଜିର ଆବଶ୍ୟକତା। ଏହାଦ୍ବାରା ହିଁ ଆମ ସଂସ୍କୃତିର ପରିଭାଷା ବିଶ୍ବସ୍ତରରେ ପହଞ୍ଚିପାରିବ ବୋଲି କଥାକାର ଦେବୀପ୍ରସନ୍ନ ପଟ୍ଟନାୟକ କହିଛନ୍ତି। ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ୨୬ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଲେ ଯେ ଆମ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରସାର ଦିଗରେ ଏହି ବିଶ୍ବବିଦ୍ୟାଳୟ ପ୍ରମୁଖ ଭୂମିକା ଗ୍ରହଣ କରିବ। ଛାତ୍ରଛାତ୍ରୀମାନେ ଏହାର ଗାରିମାକୁ ବିଶ୍ବସ୍ତରରେ ପହଞ୍ଚାଇବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ। 

କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ ସମ୍ମାନିତ ଅତିଥିଭାବେ ବିଶିଷ୍ଟ ଲେଖିକା ପ୍ରତିଭା ରାୟ ଯୋଗଦେଇ ସଂସ୍କୃତିର ପରିଭାଷା ଖୁବ୍ ବ୍ୟାପକ ବୋଲି ମତ ରଖିଥିଲେ। ତାଙ୍କ ମତ‌ରେ, ସଂସ୍କୃତି ଏକ ଚିରନ୍ତନ ଧାରା ଭଳି ସମୟାନୁକ୍ରମେ ପରିବର୍ତ୍ତନ ହେଉଥିଲେ ମଧ୍ୟ ଏହାର ମୌଳିକତା ସବୁବେଳେ ବଜାୟ ରହିଥାଏ। ଅନ୍ୟତମ ଅତିଥି ଭାବେ ବିଶିଷ୍ଟ ଭାସ୍କର୍ଯ୍ୟ ସୁଦର୍ଶନ ସାହୁ ଯୋଗଦେଇ ବିଶ୍ବବିଦ୍ୟାଳୟକୁ ଆମ ସଂସ୍କୃତିର ସଂରକ୍ଷଣ ପୀଠ ଭାବେ ଅଭିହିତ କରିଥିଲେ। ଆମ ପ୍ରାଚୀନ ସଂସ୍କୃତି, କଳା ଓ ଭାସ୍କର୍ଯ୍ୟର ମହନୀୟତା ସମ୍ପର୍କରେ ଯୁବପିଢ଼ିଙ୍କୁ ସଚେତନ କରିବା ସହ ଏହାର ସାମଗ୍ରିକ ପ୍ରଚାର ଓ ପ୍ରସାର ପାଇଁ ବିଶ୍ବବିଦ୍ୟାଳୟର ଭୂମିକା ସଦାସର୍ବଦା ଗୁରୁତ୍ବବହନ କରିବ ବୋଲି ସେ କହିଥିଲେ। କୁଳପତି ଶ୍ରୀ ସ୍ବାଇଁ କହିଲେ ଯେ ଏହି ବିଶ୍ବବିଦ୍ୟାଳୟ ସାଂସ୍କୃତିକ ପରମ୍ପରାରେ ବିଶ୍ବାସ କରେ ଏବଂ ଆମ ସଂସ୍କୃତିର ସାମୂହିକ ସମୃଦ୍ଧି ଏହି ବିଶ୍ବବିଦ୍ୟାଳୟର ମୂଳ ଲକ୍ଷ୍ୟ।

ଏହି ପରିପ୍ରେକ୍ଷୀରେ ବିଶିଷ୍ଟ ନୃତତ୍ତ୍ବବିତ୍ ତଥା ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର କମଳକାନ୍ତ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ବିଶ୍ବବିଦ୍ୟାଳୟର ମୁଖପତ୍ର ‘ରୂପାୟନ’ର ରୌପ୍ୟ ଜୟନ୍ତୀ ବିଶେଷାଙ୍କ, ଦୃଶ୍ୟକା ବିଭାଗର ଚିତ୍ରପତ୍ରିକା ‘ସୃଷ୍ଟି’ ଓ ବିଶ୍ବବିଦ୍ୟାଳୟର କ୍ୟାଲେଣ୍ଡର ଲୋକାର୍ପିତ ହୋଇଥିଲା। କୁଳସଚିବ ଅନାମିକା ଅଧିକାରୀ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲା ବେଳେ ସହକାରୀ ପ୍ରଫେସର ଡକ୍ଟର ଆଶିଷ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପରୀକ୍ଷା ନିୟନ୍ତ୍ରକ ଧରଣୀଧର ରଣା ଧନ୍ୟବାଦ ଦେଇଥିଲେ। ଶେଷରେ ଜ୍ଞାନରଞ୍ଜନ ପଣ୍ଡାଙ୍କ ସଂଯୋଜନାରେ ଗୁରୁ ଧୀରଜ କୁମାର ମହାପାତ୍ର, ଇତିଶ୍ରୀ ସାହୁ, ସନ୍ଦୀପ କୁମାର ରାଉତଙ୍କ ନିର୍ଦ୍ଦେଶନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe