ଭୁବନେଶ୍ୱର: ଆସନ୍ତା ଶିକ୍ଷାବର୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ୩ଟି ନୂଆ ବିଭାଗ ଖୋଲିବା ପାଇଁ ଆରମ୍ଭ ହୋଇଛି ବ୍ଲୁ ପ୍ରିଣ୍ଟ୍। ଆଜି ବସିଥିବା ସିଣ୍ଡିକେଟ୍ ବୈଠକରେ ଏ ବାବଦରେ ଆଲୋଚନା କରାଯାଇଛି। ବାଣିଜ୍ୟ ପ୍ରଶାସନ (ବିଜନେସ୍ ଆଡମିନିଷ୍ଟ୍ରେସନ୍), ପ୍ରାକୃତିକ ବିଜ୍ଞାନ (ନ୍ୟାଚୁରାଲ୍ ସାଇନ୍ସେସ୍) ଓ ସାମାଜିକ ବିଜ୍ଞାନ (ସୋସିଆଲ୍ ସାଇନ୍ସେସ୍) ଆଦି ବିଭାଗ ଖୋଲିବା ପାଇଁ ତର୍ଜମା କରାଯାଇଛି। ବୈଠକରେ ଯୋଗ ଦେଇଥିବା ସିଣ୍ଡିକେଟ୍ ସଦସ୍ୟମାନେ ନିଜର ମତାମତ ରଖିଥିଲେ। ସେହିପରି ଯାଜପୁର ଜିଲ୍ଲା ସିହା ପଞ୍ଚାୟତରେ ହେବାକୁ ଥିବା ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ଵିତୀୟ କ୍ୟାମ୍ପସର ଅଭିବୃଦ୍ଧି ପାଇଁ ସିଣ୍ଡିକେଟ୍ ବୈଠକରେ ଯୋଜନା ପ୍ରସ୍ତୁତ ହୋଇଥିଲା। ଦ୍ୱିତୀୟ କ୍ୟାମ୍ପସ୍ରେ ବିଇଡି ଖୋଲିବାକୁ ସଦସ୍ୟମାନେ ପ୍ରସ୍ତାବ ଦେଇଛନ୍ତି। ଯାହାକୁ ଆଗାମୀ ଦିନରେ କାର୍ଯ୍ୟକାରୀ କରିବାକୁ ଯୋଜନା ପ୍ରସ୍ତୁତ କରାଯିବ ବୋଲି ଅଧିକାରୀମାନେ ମତ ଦେଇଥିଲେ।
ଉତ୍କଳ ବିଶ୍ୱବିଦ୍ୟାଳୟରେ ୩ ନୂଆ ବିଭାଗ ଖୋଲିବା ନେଇ ବ୍ଲୁ ପ୍ରିଣ୍ଟ୍
Advertisment
Follow Us