ଉତ୍କଳ ବିଶ୍ବବିଦ୍ୟାଳୟ ପ୍ଲାଟିନମ୍‌ ଜୁବୁଲି ପ୍ରସ୍ତୁତି ବୈଠକ

Advertisment
ଉତ୍କଳ ବିଶ୍ବବିଦ୍ୟାଳୟ ପ୍ଲାଟିନମ୍‌ ଜୁବୁଲି ପ୍ରସ୍ତୁତି ବୈଠକ

ଭୁବନେଶ୍ବର: ଆଉମାତ୍ର କେଇଟା ଦିନ ପରେ ଅନୁଷ୍ଠିତ ହେବ ବହୁ ପ୍ରତୀକ୍ଷିତ ଉତ୍କଳ ବିଶ୍ବବିଦ୍ୟାଳୟ ପ୍ଲାଟିନମ୍‌ ଜୁବୁଲି ଉଦ୍‌ଯାପନୀ ସମାରୋହ। ଏହାକୁ ସଫଳ କରିବା ପାଇଁ ପୁରାତନ ଛାତ୍ରଛାତ୍ରୀ ଦିନରାତି ଏକ କରି ଲାଗି ପଡ଼ିଛନ୍ତି। ପ୍ରତିଦିନ ବୈଠକ ହେଉଛି। ଏଥିପାଇଁ ବିଶ୍ବବିଦ୍ୟାଳୟରୁ କୃତିତ୍ବର ସହ ଉତ୍ତୀର୍ଣ୍ଣ ହୋଇ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ଏକାଠି କରାଯାଇ ଆଲୋଚନା କରାଯାଉଛି।

ତେବେ ଆଜି ଏମ୍‌କେସିଜି ଅଡିଟୋରିୟମ୍‌ରେ ବିଶ୍ବବିଦ୍ୟାଳୟରୁ ପାଠପଢ଼ି ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ପ୍ରତିନିଧି ଓ ବରିଷ୍ଠ ସାମ୍ବାଦିକଙ୍କୁ ନେଇ ଆଲୋଚନା କରାଯାଇଥିଲା। ବିଶ୍ବବିଦ୍ୟାଳୟ ବିକାଶ ପାଇଁ କେଉଁ ଦିଗ ଗୁଡ଼ିକ ଉପରେ ପ୍ରାଧାନ୍ୟ ଦିଆଯିବା ଆବଶ୍ୟକ, ବିଶ୍ବବିଦ୍ୟାଳୟରେ ପାଠପଢ଼ା ବାତାବରଣ ଠାରୁ ଆରମ୍ଭ କରି ଭିତ୍ତିଭୂମିର ବିକାଶ ଉପରେ ଆଲୋଚନା କରାଯାଇଥିଲା। ସମାରୋହ ପରେ ପୁରାତନ ଛାତ୍ର ସଂଘ କିଭଳି ଅଧିକ ସକ୍ରିୟ ହୋଇପାରିବ ଏବଂ ବିଶ୍ବବିଦ୍ୟାଳୟର ଉନ୍ନତି ଦିଗରେ ସହାୟକ ହେବ ସେ ନେଇ ମଧ୍ୟ ଆଲୋଚନା କରାଯାଇ ଥିଲା। ପୁରାତନ ଛାତ୍ର ସଂଘର ସଂଯୋଜକ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ‘ମୋ କଲେଜ୍‌’ ଅଧ୍ୟକ୍ଷ ଆକାଶ ଦାସନାୟକ, ପୂର୍ବତନ ସ୍ବତନ୍ତ୍ର ଶାସନ ସଚିବ ଦେବେନ୍ଦ୍ର ପ୍ରସାଦ ଦାସ ଯୋଗଦେଇ ଆଲୋଚନା କରିଥିଲେ। ବୈଠକରେ ବରିଷ୍ଠ ସାମ୍ବାଦିକ, ଗଣମାଧ୍ୟମ ପ୍ରତିନିଧି, ଗଣମାଧ୍ୟମ ବିଭାଗର ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe