୯ରେ ଖୋଲିବ ବାଣୀବିହାର

Advertisment

ଆଜି ବସିବ ପିଜି କାଉନସିଲ୍‌ ବୈଠକ

ଆଜି ବସିବ ପିଜି କାଉନସିଲ୍‌ ବୈଠକ

୯ରେ ଖୋଲିବ ବାଣୀବିହାର

ଭୁବନେଶ୍ୱର : ନିର୍ବାଚନ ସମୟରେ ଛାତ୍ର ଅଶାନ୍ତି ଯୋଗୁଁ ବନ୍ଦ ହୋଇଥିବା ଉତ୍କଳ ବିଶ୍ୱବିଦ୍ୟାଳୟରେ ସାଇନ୍‌ ଡାଏ ଜାରି ରହିଛି। ତେଣୁ ପୂଜା ଛୁଟି ପରେ ଆଜିଠାରୁ ରାଜ୍ୟର ସମସ୍ତ କଲେଜ, ବିଶ୍ୱବିଦ୍ୟାଳୟ ଖୋଲିଥିଲେ ମଧ୍ୟ ବାଣୀବିହାର ବନ୍ଦ ରହିଛି। କ୍ୟାମ୍ପସର ବର୍ତର୍ମାନର ସ୍ଥିତିକୁ ଦେଖି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ସାଇନ୍‌ ଡାଏ ଉଠାଇ ନ ଥିବା ବେଳେ ଶନିବାର ଅପରାହ୍ନରେ ଏ ନେଇ ପିଜି କାଉନସିଲ୍‌ ବୈଠକ ବସିବ।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କ୍ୟାମ୍ପସରେ ଶାନ୍ତି ଫେରିଥିବାରୁ ଗଣ୍ଡଗୋଳ ସମୟରେ ମୁତୟନ ହୋଇଥିବା ୪ ପ୍ଲାଟୁନ୍‌ ପୁଲିସକୁ କାଢ଼ି ନିଆଯାଇଛି। କ୍ୟାମ୍ପସର ୩ଟି ଯାକ ଫାଟକରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା କର୍ମୀ ନିୟୋଜିତ ହୋଇଥିବା ବେଳେ ପ୍ରବେଶ କରୁଥିବା ଗାଡ଼ିଗୁଡ଼ିକ ଉପରେ କଡ଼ା ନଜର ରଖାଯାଇଛି। ଆସନ୍ତା ୭ ତାରିଖ ଅପରାହ୍ନ ୨ଟାରେ ବିଶ୍ୱବିିଦ୍ୟାଳୟ ଛାତ୍ର ସଂସଦ ଉପଦେଷ୍ଟା ମଣ୍ଡଳୀ ବୈଠକ ବସିବ। ଏଥିରେ କ୍ୟାମ୍ପସର ସ୍ଥିତି ନେଇ ଆଲୋଚନା କରାଯିବ। ଅପରାହ୍ନ ସାଢ଼େ ୩ଟାରେ ପିଜି କାଉନସିଲ୍‌ ବୈଠକ ବସି ସାଇନ୍‌ ଡାଏ ଉଠିବା ନେଇ ଘୋଷଣା ହେବ। ୯ ତାରିଖଠାରୁ କ୍ୟାମ୍ପସରେ ଥିବା ସମସ୍ତ ହଷ୍ଟେଲ ଖୋଲିବା ସହ ଛାତ୍ରଛାତ୍ରୀଙ୍କ ରହିବାକୁ ସୁଯୋଗ ଦିଆଯିବ। ଛାତ୍ରଛାତ୍ରୀ ପ୍ର୍ରବେଶ କରିବା ସମୟରେ ସେମାନଙ୍କ ପରିଚୟପତ୍ର ଦାଖଲ କରିବା ବାଧ୍ୟତାମୂଳକ ହେବ।

ଅନ୍ୟପକ୍ଷରେ ବାଣୀବିହାରରେ ସାଇନ୍‌ ଡାଏ ଜାରି ରହିଥିବା ବେଳେ ୟୁନିଭରସିଟି ଲ’ କଲେଜ ଆଜିଠାରୁ ସ୍ୱାଭାବିକ ହୋଇଛି। ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହୋଇଛି। ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ପୂର୍ବରୁ ସାଇନ୍‌ ଡାଏ ଉଠିଥିବା ବେଳେ ଆଜିଠାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପୁଣିଥରେ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe