ଭୁବନେଶ୍ୱର : ଶନିବାର ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁଁ ଉତ୍ତେଜନା ଲାଗି ରହିଥିଲା। ଆଜି ଗୋଟିଏ ଗୋଷ୍ଠୀର ଛାତ୍ର ୪ ଦଫା ଦାବିରେ ରାଜରାସ୍ତାକୁ ଓହ୍ଲାଇଥିଲେ। କ୍ୟାମ୍ପସରେ ସୁରକ୍ଷା, ଅଣଛାତ୍ରଙ୍କୁ ବହିଷ୍କାର, ଅଭିଯୁକ୍ତଙ୍କୁ ଗିରଫ ଓ କ୍ୟାମ୍ପସ ଚାରିପଟେ ପାଚେରି ନିର୍ମାଣ ଦାବିରେ ଛାତ୍ରମାନେ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖ ଜାତୀୟ ରାଜପଥରେ ଟାୟାର ଜାଳି ବିକ୍ଷୋଭ କରିବା ସହ ଧାରଣାରେ ବସିଥିଲେ। ଫଳରେ ଏହି ରାସ୍ତାରେ ଅଧଘଣ୍ଟା ପର୍ଯ୍ୟନ୍ତ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ଏହାଛଡ଼ା ଉତ୍ତ୍ୟକ୍ତ ଛାତ୍ରମାନେ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତିବାଦ କରିଥିଲେ। ଖବର ପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରମାନଙ୍କୁ ବୁଝାସୁଝା ପରେ ଛାତ୍ରମାନେ ଆନ୍ଦୋଳନରୁ ଓହରିଥିଲେ।
୪ ଦଫା ଦାବିରେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ଜାତୀୟ ରାଜପଥ ଅବରୋଧ
Advertisment
Follow Us