ଉତ୍କଳ ବିଶ୍ବବିଦ୍ୟାଳୟ: ଅଣଛାତ୍ର ତଡ଼ା ଖାଇବେ ତ?

Advertisment

ଉତ୍କଳ ବିଶ୍ବବିଦ୍ୟାଳୟର ହଷ୍ଟେଲଠାରୁ ଆରମ୍ଭ କରି କ୍ୟାଣ୍ଟିନ୍‌ ପର୍ଯ୍ୟନ୍ତ, ସବୁଠି ଅଣଛାତ୍ରଙ୍କ ଦବଦବା ଲାଗିରହିଛି। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନୋଟିସ୍‌କୁ ଖାତିର କରୁନାହାନ୍ତି କି ପୁଲିସର ଭୟ ରହୁନି।

ଉତ୍କଳ ବିଶ୍ବବିଦ୍ୟାଳୟର ହଷ୍ଟେଲଠାରୁ ଆରମ୍ଭ କରି କ୍ୟାଣ୍ଟିନ୍‌ ପର୍ଯ୍ୟନ୍ତ, ସବୁଠି ଅଣଛାତ୍ରଙ୍କ ଦବଦବା ଲାଗିରହିଛି। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନୋଟିସ୍‌କୁ ଖାତିର କରୁନାହାନ୍ତି କି ପୁଲିସର ଭୟ ରହୁନି।

Utkal University

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ହଷ୍ଟେଲଠାରୁ ଆରମ୍ଭ କରି କ୍ୟାଣ୍ଟିନ୍‌ ପର୍ଯ୍ୟନ୍ତ, ସବୁଠି ଅଣଛାତ୍ରଙ୍କ ଦବଦବା ଲାଗିରହିଛି। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନୋଟିସ୍‌କୁ ଖାତିର କରୁନାହାନ୍ତି କି ପୁଲିସର ଭୟ ରହୁନି। ବିଭିନ୍ନ ଛାତ୍ର ସଙ୍ଗଠନର ଦ୍ବାହି ଦେଇ ଅଣଛାତ୍ର କ୍ୟାମ୍ପସ ଭିତରେ ପତିଆରା ଜାହିରି କରୁଛନ୍ତି। ଛାତ୍ରୀଙ୍କୁ ଦୁର୍ବ୍ୟବହାର ହେଉ ଅଥବା ଛାତ୍ରଙ୍କୁ ହଷ୍ଟେଲରେ ମାଡ଼ ଘଟଣା, ସବୁଥିରେ ଅଣଛାତ୍ରଙ୍କ ଭୂମିକା ରହୁଛି। ଗତ ୨୪ ଘଣ୍ଟା ହେଲା କ୍ୟାମ୍ପସରେ ଚାପା ଉତ୍ତେଜନା ଲାଗିରହିଥିଲେ ମଧ୍ୟ କୌଣସି ପୁଲିସ ଅଧିକାରୀ ମୁଣ୍ତ ପୂରାଇବାକୁ ସାହସ ଜୁଟାଇପାରୁ ନାହାନ୍ତି। ପାଖାପାଖି ଗୋଟିଏ ମାସ ହେଲା ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଅଶାନ୍ତ ହୋଇପଡ଼ିଥିଲେ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ଆଦୌ କୌଣସି ପଦକ୍ଷେପ ନେଇ ନାହିଁ।

ଗତକାଲି ରାତିର ଘଟଣା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂରଜ ଆଜି ଗଣମାଧ୍ୟମରେ କହିଛନ୍ତି ଯେ ଯିଏ ଉତ୍କଳ ବିଶ୍ବବିଦ୍ୟାଳୟ ସହ ଜଡ଼ିତ ନୁହଁନ୍ତି, ତାଙ୍କୁ ଛଡ଼ାଯିବ ନାହିଁ। ବିଶ୍ୱବିଦ୍ୟାଳୟ ନିୟମ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କୁଳପତିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପୁଲିସ କମିସନର ଦେବଦତ୍ତ ସିଂ ଗଣମାଧ୍ୟମକୁ ଆଜି କହିଛନ୍ତି ଯେ କ୍ୟାମ୍ପସ କାହିଁକି ଅଶାନ୍ତ ହେଉଛି ସେନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହେବ। ଗତକାଲିର ଘଟଣା ବାଣୀବିହାରର ଆଭ୍ୟନ୍ତରୀଣ ମାମଲା। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅଭିଯୋଗ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି ସେ କହିଛନ୍ତି।

ଗତକାଲିର ଘଟଣା ପରେ ବଢ଼ିଲା ଆଶଙ୍କା
କାହାକୁ ବି ଛଡ଼ାଯିବ ନାହିଁ: ଉଚ୍ଚଶିକ୍ଷା ମନ୍ତ୍ରୀ
କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବୁ: ପୁଲିସ କମିସନର

ଅନ୍ୟପକ୍ଷରେ ଅଣଛାତ୍ରଙ୍କୁ କ୍ୟାମ୍ପସ ଛାଡ଼ିବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଦେଇଥିବା କଣ୍ଟ ସେପ୍ଟେମ୍ବର ୪(ଗୁରୁବାର) ଶେଷ ହେଉଛି। ହାତରେ ଆଉ ୨୪ ଘଣ୍ଟାରୁ କମ୍‌ ସମୟ ରହିଥିବାରୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ନଜର ରହିଛି। ଯେଉଁଭଳି ଭାବେ ଦୁଇ ଦିନ ତଳେ ବିଜ୍ଞପ୍ତି ଜାରି କରି ଚେତାବନୀ ଦେଇଥିଲେ ସେହି ଅନୁଯାୟୀ ଅଣଛାତ୍ରଙ୍କୁ ତଡ଼ିବେ ନା ଲାଙ୍ଗୁଡ଼ ଜାକି ବସିପଡ଼ିବେ ତାହା ଦେଖିବାକୁ ପଡ଼ିବ। ବିଶ୍ବବିଦ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଥିଲା ଯେ ଛାତ୍ରମାନଙ୍କୁ ହଷ୍ଟେଲ୍‌ ସିଟ୍‌ ବଣ୍ଟନ କରିବାକୁ ନିଷ୍ପତ୍ତି ହୋଇଛି। ତେଣୁ ଛାତ୍ରାବାସ ୧, ୨ ଓ ୩ରେ ଥିବା ରୁମ୍‌ ପଞ୍ଜୀକୃତ ଛାତ୍ରଙ୍କୁ ଆଲଟ୍‌ କରାଯିବାକୁ ଥିବାରୁ ଯେଉଁମାନେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ହଷ୍ଟେଲ୍‌ ରୁମ୍‌ ମାଡ଼ି ବସିଛନ୍ତି ସେମାନେ ସେପ୍ଟେମ୍ବର ୪ ସୁଦ୍ଧା ଛାଡ଼ି ଚାଲିଯିବେ। ଏହାପରେ ଯଦି କୌଣସି ବ୍ୟକ୍ତିବିଶେଷ ବେଆଇନ ଭାବେ ରୁମ୍‌ରେ ରହୁଥିବା ନଜରକୁ ଆସିବେ ତେବେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାବ୍ୟତୀତ ଯେଉଁମାନଙ୍କୁ ହଷ୍ଟେଲ୍‌ ରୁମ୍‌ ଆଲଟ୍‌ ହୋଇଛି ସେମାନେ ସ୍ବୀକୃତି ଦିଆଯାଇ ନ ଥିବା ଅତିଥିମାନଙ୍କୁ ରୁମ୍‌ରେ ନ ରଖିବାକୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe