ଉତ୍କଳ ବିଶ୍ୱବିଦ୍ୟାଳୟ ପରିସଂଖ୍ୟାନ ବିଭାଗ ପକ୍ଷରୁ ରକ୍ତଦାନ ଶିବିର

Advertisment

୪୫ ୟୁନିଟ୍‌ ରକ୍ତ ସଂଗୃହୀତ

୪୫ ୟୁନିଟ୍‌ ରକ୍ତ ସଂଗୃହୀତ

ଉତ୍କଳ ବିଶ୍ୱବିଦ୍ୟାଳୟ ପରିସଂଖ୍ୟାନ ବିଭାଗ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର: ଆଜି ‘ବିଶ୍ୱ ପରିସଂଖ୍ୟାନ ଦିବସ’ ଦିବସ ଅବସରରେ ରକ୍ତଦାନ ଭଳି ମହତ କାର୍ଯ୍ୟ ଆୟୋଜନ କରି ପାଳନ କରିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିସଂଖ୍ୟାନ ବିଭାଗ। ‘ସମ୍ବାଦ-ଆମ ଓଡ଼ିଶା’ର ସହଯୋଗରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ପରିସଂଖ୍ୟାନ ବିଭାଗର ମୁଖ୍ୟ ଡକ୍ଟର ପ୍ରିୟରଞ୍ଜନ ଦାଶ ସଂଯୋଜନା କରିଥିଲେ। ନିଜେ ରକ୍ତଦାନ କରିବା ସହିତ ଅନ୍ୟ ସମସ୍ତ ରକ୍ତଦାତାମାନଙ୍କୁ ମଧ୍ୟ ରକ୍ତଦାନ ନିମନ୍ତେ ଉତ୍ସାହିତ କରିଥିଲେ। ପ୍ରଫେସର ପ୍ରଦୀପ କୁମାର ତ୍ରିପାଠୀ, ଡକ୍ଟର କୁଞ୍ଜବିହାରୀ ପଣ୍ଡା, ଡକ୍ଟର ରଞ୍ଜନ କୁମାର ସାହୁ ଓ ଡକ୍ଟର ପ୍ରଫୁଲ୍ଲ କୁମାର ସ୍ୱାଇଁ ପ୍ରମୁଖ ଏହି ଶିବିରକୁ ପରିଚାଳନା କରିଥିଲେ। ଏତଦ୍‌ବ୍ୟତୀତ ବିଭାଗର ଅନ୍ୟ ସମସ୍ତ ସହକର୍ମୀ ଓ ଛାତ୍ରଛାତ୍ରୀମାନେ ମଧ୍ୟ ଶିବିର ପରିଚାଳନା କାର୍ଯ୍ୟରେ ସହଯୋଗ କରିଥିଲେ। ଉତ୍କଳ ୟୁନିଭରସିଟିର ପରିସଂଖ୍ୟାନ ବିଭାଗ ସହିତ ଅନ୍ୟ ବିଭାଗର ଛାତ୍ରଛାତ୍ରୀ ତଥା ସହକର୍ମୀମାନେ ଏହି ଶିବିରରେ ରକ୍ତଦାନ କରିଥିଲେ। ମୁନିସିପାଲିଟି ରକ୍ତଭଣ୍ଡାରୀ ଡକ୍ଟର ଜୟଦୀପ ଘୋଷ ଓ ତାଙ୍କ ସହକର୍ମୀ ମାନେ ଉକ୍ତ ଶିବିରରୁ ରକ୍ତ ସଂଗ୍ରହ କରିଥିଲେ । ‘ଆମ ଓଡ଼ିଶା’ର ରକ୍ତଦାନ କାର୍ଯ୍ୟକ୍ରମ ସଂଯୋଜକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe