ଭୁବନେଶ୍ୱର: ଉତ୍କଳ ମହିଳା ସମିତିର ରାଜ୍ୟସ୍ତରୀୟ କର୍ମଶାଳା ଆଜି ଭୁବନେଶ୍ୱରସ୍ଥିତ ଭଗବତୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ସଙ୍ଗଠନର ରାଜ୍ୟ ସଭାନେତ୍ରୀ ପ୍ରମୋଦିନୀ ପାଇକରାୟ ଅଧ୍ୟକ୍ଷତା କରିଥିଲେ। କର୍ମଶାଳାରେ ଓଡ଼ିଶାରେ କ୍ରମବର୍ଦ୍ଧିଷ୍ଣୁ ନାରୀ ନିର୍ଯାତନା, ଦରବୃଦ୍ଧି, କର୍ମଜୀବୀ ମହିଳାଙ୍କୁ ରାତ୍ରିକାଳୀନ କାର୍ଯ୍ୟ କରିବା ପାଇଁ ଆଇନ ପ୍ରଣୟନ, ଅନୁଗୁଳ, ଜଗତ୍ସିଂହପୁର, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲ୍ଲାରେ ଖଣି ଓ ଶିଳ୍ପ ନାମରେ ଜଙ୍ଗଲକାଟ୍ ବିରୋଧରେ ବ୍ୟାପକ ଜନସଚେତନତା ପାଇଁ ୧୪ ଫେବୃଆରୀ ପର୍ଯ୍ୟନ୍ତ ସଭ୍ୟ ସଂଗ୍ରହ, ପ୍ରଚାର ପ୍ରସାର ଅଭିଯାନ ଓ ସଭାସମିତି ଅନୁଷ୍ଠିତ କରିବା, ଫେବ୍ରୁଆରି ୧୫ରୁ ୨୮ ମଧ୍ୟରେ ରାଜ୍ୟବ୍ୟାପୀ ବ୍ଲକସ୍ତରୀୟ ଆନ୍ଦୋଳନର ଆହ୍ୱାନ ଦେଇଥିଲେ।
Annual function: ଜଳସମ୍ପଦ ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ
ଏନ୍ଏଫ୍ଆଇଡବ୍ଲ୍ୟୁର ଜାତୀୟ ସାଧାରଣ ସମ୍ପାଦିକା ନିଶା ସିଦ୍ଧୁ କର୍ମଶାଳାକୁ ଉଦ୍ଘାଟନ କରିଥିବା ବେଳେ ପୂର୍ବତନ ସାଂସଦ ଗୀତା ମୁଖାର୍ଜୀ ମହିଳାମାନଙ୍କୁ ରାଜନୈତିକ କ୍ଷମତା ପରିଚାଳନା ଓ ଅଧିକାର ହାସଲ ପର୍ଯ୍ୟନ୍ତ ଆନ୍ଦୋଳନକୁ ଆହୁରି ବ୍ୟାପକ ଓ ଶକ୍ତିଶାଳୀ କରାଇବାକୁ ଆହ୍ୱାନ ଦେଇଥିଲେ। ଏହି କର୍ମଶାଳାରେ ସିପିଆଇର ରାଜ୍ୟ ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର, କୃଷ୍ଣପ୍ରିୟା ମିଶ୍ର, ଭାନୁମତୀ ରେଡ୍ଡି, ଆଭାମୟୀ ମହାନ୍ତି, ସରୋଜିନୀ ଆଚାର୍ଯ୍ୟ, ବନଲତା ଜେନା, ଅରୁଣା ବାରିକ, ସବିତା ଗୌଡ଼, ରାଣିମତୀ ଛତ୍ରିଆ, ସୀତାରାଣୀ ସ୍ୱାଇଁ, ନମିତା ସାହୁ, ବାସନ୍ତୀ ପ୍ରଧାନ, ବନ୍ଦନା ବିଶ୍ୱାସ, ପ୍ରତିମା କାଣ୍ଡି, ମଞ୍ଜୁ ଭୋଇ, କଲ୍ୟାଣୀ ଦାସ, ପ୍ରତିମା ମଲ୍ଲିକ, ମୋନାଲିସା ଦାସ, ଲଳିତା ରଣା, ମନୋରମା ମହାଲି, ବିଦୁଲତା ପୃଷ୍ଟି, ଲକ୍ଷ୍ମୀପ୍ରିୟା ବାରିକ, ଦୟାମଣି ଗୁଲରି ଓ ଅପର୍ଣ୍ଣା ରାଉତ ପ୍ରମୁଖ ବିଭିନ୍ନ ଜିଲ୍ଲାର କର୍ମକର୍ତ୍ତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/13/untitled-11-2026-01-13-06-36-50.jpg)