ଭୁବନେଶ୍ବର: ହସ୍ତଶିଳ୍ପ କାରିଗରମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀକୁ ବିକ୍ରି ପାଇଁ ଏକାମ୍ର ହାଟରେ ଗତ ୨ତାରିଖରୁ ‘ଉତ୍କଳିକା’ ପକ୍ଷରୁ ୪୪ଟି ଷ୍ଟଲ୍ର ବ୍ୟବସ୍ଥା କରାଯାଇଛି। ଏଠାରେ ୧୮ ଜିଲ୍ଲାରୁ ୬୨ଜଣ ହସ୍ତଶିଳ୍ପ କାରିଗର ଅଂଶଗ୍ରହଣ କରି ନିଜ ସାମଗ୍ରୀର ବିକ୍ରିବଟା କରୁଛନ୍ତି। ସେମାନଙ୍କ ଦ୍ବାରା ପ୍ରସ୍ତୁତ ୨୨ପ୍ରକାର ହସ୍ତଶିଳ୍ପ ସାମଗ୍ରୀର ପ୍ରଦର୍ଶନ କରାଯାଇଛି। ସେଗୁଡ଼ିକ ହେଲା, ପଟ୍ଟଚିତ୍ର, ଚାନ୍ଦୁଆ କାର୍ଯ୍ୟ, ସବାଇ ଘାସ ନିର୍ମିତ ଗୃହୋପକରଣ ଓ ଶିଙ୍ଘ କଳାକୃତି ଆଦି। ଲୋକେ ଏକାମ୍ର ହାଟରେ ହସ୍ତଶିଳ୍ପୀମାନଙ୍କ ଦ୍ବାରା ଉତ୍ପାଦିତ ହସ୍ତଶିଳ୍ପ ସାମଗ୍ରୀଗୁଡ଼ିକୁ ପ୍ରତ୍ୟକ୍ଷ ଭାବେ ଦେଖିବା ଓ କିଣିବା ସୁଯୋଗ ପାଇପାରିବେ। ଉତ୍କଳିକା ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନୀ ଆସନ୍ତା ୧୫ତାରିଖ ଯାଏ ସକାଳ ୧୦ଟାରୁ ରାତି ୯ଟା ଯାଏ ଚାଲିବ।
ଏକାମ୍ର ହାଟରେ ‘ଉତ୍କଳିକା’ର ହସ୍ତଶିଳ୍ପ ପ୍ରଦର୍ଶନୀ
Advertisment
Follow Us