କନକ ନ୍ୟୁଜ୍‌ ପକ୍ଷରୁ ‘ଉତ୍କର୍ଷ’ କନକ୍ଲେଭ୍ : ଏ.ଆଇ ବିପ୍ଳବ ଆଣିବ, କିନ୍ତୁ ନିୟନ୍ତ୍ରଣ ଜରୁରି

Advertisment
କନକ ନ୍ୟୁଜ୍‌ ପକ୍ଷରୁ ‘ଉତ୍କର୍ଷ’ କନକ୍ଲେଭ୍ : ଏ.ଆଇ ବିପ୍ଳବ ଆଣିବ, କିନ୍ତୁ ନିୟନ୍ତ୍ରଣ ଜରୁରି

ଭୁବନେଶ୍ବର: ବଦଳିଯିବ ପାଠପଢ଼ା ଧାରା’ ବିଷୟବସ୍ତୁ ଆଧାରିତ ଅଧିବେଶନରେ ହାପିଏଷ୍ଟ ମାଇଣ୍ଡସ୍‌ର ଡେପୁଟି ସିଇଓ ଅରବିନ୍ଦ ନନ୍ଦ କହିଲେ, ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା ନୂଆ ନୁହେଁ। ଇଣ୍ଟରନେଟ୍‌ରେ ଆମେ ଯାହା କିଛି ବି କରୁଛେ, ତାହା ଏଆଇ ସହ ଜଡ଼ିତ। ତେବେ ଏହାଦ୍ବ‌ାରା ସୃଜନଶୀଳତା ଓ ଚିନ୍ତା କରିବା କ୍ଷମତା ଲୋପ ପାଇଯିବ ବୋଲି ଯେଉଁ ଆଶଙ୍କା କରାଯାଉଛି, ତାହା ସମ୍ପୂର୍ଣ୍ଣ ଠିକ୍‌ ନୁହେଁ। କମ୍ପ୍ୟୁଟର୍‌ ଆସିବା ବେଳେ ମଧ୍ୟ ଏଭଳି ଆଶଙ୍କା ଦେଖାଦେଇଥିଲା। କିନ୍ତୁ କମ୍ପ୍ୟୁଟର ଆସିବା ପରେ ଅନେକ ରୋଜଗାରର ମାଧ୍ୟମ ସୃଷ୍ଟି ହେଲା।

publive-image

ଠିକ୍‌ ସେହିପରି ଏ.ଆଇ ଆସିବା ଫଳରେ କିଛି ସହଜିଆ ବୃତ୍ତି ହରାଇବାକୁ ପଡ଼ିବ। କିଛି କ୍ଷେତ୍ରରେ ଚାକିରି ନିଶ୍ଚୟ ଯିବ। କିନ୍ତୁ ଭିନ୍ନଭିନ୍ନ କ୍ଷେତ୍ରରେ ନୂଆ ନୂଆ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ। ଏ.ଆଇ ଆଗକୁ ଏଆଇ ବିଭିନ୍ନ କ୍ଷେତ୍ରରେ ବିପ୍ଳବ ଆଣିବ। କିନ୍ତୁ ଏହାକୁ ନିୟନ୍ତ୍ରଣରେ ରଖିବା ଆବଶ୍ୟକ। ଅଧିବେଶନକୁ କନକ ନ୍ୟୁଜ୍‌ର କୋର୍ଡିନେଟର୍‌ ମାନସ ରଂଜନ ଦାସ ପରିଚାଳନା କରିଥିଲେ।

ଖୁବ୍‌ଶୀଘ୍ର ଆରମ୍ଭ ହେବ କଲେଜ ରୂପାନ୍ତରଣ: ଆକାଶ ଦାସନାୟକ

publive-image

‘ମୋ କଲେଜ; ବଢ଼ୁଛି କି ସମ୍ପର୍କର ଡୋରି’ ବିଷୟବସ୍ତୁ ଉପରେ ମତ ରଖିଥିଲେ ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସ ନାୟକ। ସେ କହିଲେ, ଅତୀତକୁ ବର୍ତ୍ତମାନ ସହ ଯୋଡ଼ି ଭବିଷ୍ୟତ ପାଇଁ ରୂପରେଖ ପ୍ରସ୍ତୁତ କରିବାର ଭିନ୍ନ ଏକ ପରିକଳ୍ପନା ହେଉଛି ମୋ କଲେଜ ଅଭିଯାନ। ଏହା କଲେଜର ସାମଗ୍ରିକ ବିକାଶ ପାଇଁ ସହଯୋଗୀ ସାଜିବାର ମାଧ୍ୟମ ସାଜିଛି। କେବଳ ଆର୍ଥିକ ସହଯୋଗ ନୁହେଁ, ବରଂ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ପରାମର୍ଶକୁ ପିଲାଙ୍କ ପାଖରେ ପହଞ୍ଚା ଯାଇପାରିଲେ ଶିକ୍ଷା କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିବ। ସ୍କୁଲ ରୂପାନ୍ତରଣ କାମ ଜାରି ରହିଛି, କଲେଜ ରୂପାନ୍ତରଣ କାମ ଖୁବଶୀଘ୍ର ଆରମ୍ଭ ହେବ। କନକ ନ୍ୟୁଜ୍‌ର ସ୍ବତନ୍ତ୍ର ପ୍ରତିନିଧି ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ସହ ଶ୍ରୀ ଦାସନାୟକ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe