ଉତ୍ତରମୁଖୀ ନିକଟରେ ବର୍ଷକ ବାରମାସ ପୋହଳା ପୋଡ଼ାମାଛ ବଳି ମୁଖ୍ୟ ପରମ୍ପରା

Advertisment
ଉତ୍ତରମୁଖୀ ନିକଟରେ ବର୍ଷକ ବାରମାସ ପୋହଳା ପୋଡ଼ାମାଛ ବଳି ମୁଖ୍ୟ ପରମ୍ପରା

ବାଲିଅନ୍ତା: ଐତିହ୍ୟ ସଂପନ୍ନ ସ୍ଥାନୀୟ ଉତ୍ତରମୁଖୀ ଠାକୁରାଣୀଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଉତ୍ସବ ରୀତିନୀତି ସ୍ୱତନ୍ତ୍ର ଭାବେ ପାଳିତ ହେଉଛି। ଏହି ଅବସରରେ ପୀଠରେ ମା’ଙ୍କ ନବରାତ୍ରୀ ପୂଜା ଆରମ୍ଭ ହୋଇଯାଇଥିବାରୁ ଅଖଣ୍ଡ ଦୀପ ଜଳିବାର ବିଧି ରହିଛି। ଉତ୍ତରମୁଖୀ ଦେବୀଙ୍କ ନିକଟରେ ବର୍ଷକ ବାରମାସ ଯାକ ପୋହଳା ପୋଡ଼ାମାଛ ବଳି ହେଉଛି ମୁଖ୍ୟ ପରମ୍ପରା ବୋଲି କହିଛନ୍ତି ମୁଖ୍ୟ ପୂଜକ ମହେନ୍ଦ୍ର କୁମାର ପଣ୍ଡା। ଏନେଇ ପୀଠ ପରିସର ଉତ୍ସବମୁଖର ହୋଇପଡ଼ିଛି।

ପ୍ରତ୍ୟୁଷରେ ମାର୍ଜନା, ସ୍ନାନ ନୀତି ସଂପନ୍ନ ହେବା ପରେ ମା’ଙ୍କୁ ନବ ପାଟବସ୍ତ୍ର ପରିଧାନ କରାଇ ବିଭିନ୍ନ ସୁନା ଓ ରୂପା ଅଳଙ୍କାରରେ ଆଭୂଷଣ କରାଯାଇ ଥାଏ। ସକାଳେ ବାଳଭୋଗ, ପୂର୍ବାହ୍ନରେ ପୋହାଳା ପୋଡ଼ାମାଛ ବଳି ଏବଂ ମଧ୍ୟାହ୍ନରେ ଖେଚୁଡ଼ି ଓ ଡାଲମା ଭୋଗ ଲାଗି ହୋଇଥାଏ। ସଂଧ୍ୟାରେ ଅଟାମଇଦାରେ ପ୍ରସ୍ତୁତ ଡାଳିମ୍ବ ଭୋଗ ଲାଗି ହୋଇଥାଏ।

ସ୍ଥାନୀୟ ଅଞ୍ଚଳବାସୀଙ୍କ ମତରେ ଉତ୍ତରମୁଖୀ ହେଉଛନ୍ତି ପ୍ରତ୍ୟକ୍ଷ ଠାକୁରାଣୀ। ପୋହଳା ପୋଡ଼ାମାଛ ଠାକୁରାଣୀଙ୍କ ପ୍ରିୟ ବ୍ୟଞ୍ଜନ ହୋଇଥିବାରୁ ଶାରଦୀୟ ଦୁର୍ଗାପୂଜା ଶୋଳପୂଜା ସମୟରେ ଦୂରଦୁରାନ୍ତରରୁ ମାନସିକ ଶ୍ରଦ୍ଧାଳୁମାନଙ୍କର ଏଠାରେ ଭିଡ଼ ଜମିଥାଏ। ଏବର୍ଷ କରୋନା ମହାମାରୀ କଟକଣା ପାଇଁ ଏସବୁ ବନ୍ଦ ରହିଥିବା ବେଳେ ଖାଲି ବିଧି ରକ୍ଷା ପାଇଁ ଯାହା ପୂଜାର୍ଚ୍ଚନା ଚାଲିଥିବା କୁହାଯାଇଛି । ସେହିପରି ୮ମୀ , ୯ମୀ ଓ ୧୦ମୀ ୩ଦିନ ଧରି ହୋମଯଜ୍ଞ ସଂପନ୍ନ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe