Technology Networks
ଭୁବନେଶ୍ବର : ଏପ୍ରିଲ ୧ରୁ ୪୫ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକା ଦେବାକୁ ଯୋଜନା ହୋଇଥିବାରୁ ବିଏମ୍ସି ପକ୍ଷରୁ ଟିକାଦାନ କେନ୍ଦ୍ର ସଂଖ୍ୟା ବଢ଼ାଯାଇଛି। ଗୁରୁବାର ଠାରୁ ୩୧ଟି ଘରୋଇ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ୨୭ଟି ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକାଦାନ ହେବ। ଏଥିରେ କ୍ୟାପିଟାଲ ହସ୍ପିଟାଲ, ଏମ୍ସ, ଇଏସ୍ଆଇ ହସ୍ପିଟାଲ ଓ ରେଲୱେ ହସ୍ପିଟାଲ ଭଳି ସ୍ବାସ୍ଥ୍ୟକେନ୍ଦ୍ରମାନ ଅଛି। ଦିନକୁ ପ୍ରତି ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାୟ ୧୦୦ ଜଣଙ୍କୁ ଟିକା ଦେବାକୁ ଯୋଜନା ହୋଇଛି।
ରମାଦେବୀରେ ଅଧ୍ୟାପକ କରୋନା ଆକ୍ରାନ୍ତ
ଭୁବନେଶ୍ବର : ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଜଣେ ଅଧ୍ୟାପକ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହି ଅଧ୍ୟାପକ ଜଣଙ୍କ ମଙ୍ଗଳବାର ବିଶ୍ବବିଦ୍ୟାଳୟର ଏକ ବୈଠକରେ ଯୋଗଦେଇଥିବାବେଳେ କିଛି କ୍ଲାସ୍ ନେଇଥିଲେ। ତେଣୁ ଅଧ୍ୟାପକ ଜଣଙ୍କ କରୋନା ଆକ୍ରାନ୍ତ ଜଣାପଡ଼ିବାରେ ଅଧ୍ୟାପକ,ଅଧ୍ୟାପିକା, କର୍ମଚାରୀ ଛାତ୍ରୀଙ୍କ ମଧ୍ୟରେ ଛନକା ପଶିଯାଇଛି। ବିଶ୍ବବିଦ୍ୟାଳୟରେ ଯେପରି କରୋନା ସଂକ୍ରମଣ ନବଢ଼େ େସଥିପାଇଁ ବିଏମ୍ସି ପକ୍ଷରୁ ଗୁରୁବାର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କିଛି ଛାତ୍ରୀଙ୍କର କରୋନା ପରୀକ୍ଷା ହେବ ବୋଲି ଜଣାପଡ଼ିଛି।
Follow Us