ଧର୍ମାନୁଷ୍ଠାନ ପାଇଁ ଟିକା ପ୍ରମାଣପତ୍ର କଟକଣା ହଟିଲା

Advertisment
ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ଝଟ୍‌କା: କେନ୍ଦ୍ରୀୟ ଆଇନକୁ ବିରୋଧ କରୁଥିବା ଦର୍ଶାଇ ଆପତ୍ତି

ଭୁବନେଶ୍ବର : ଧର୍ମାନୁଷ୍ଠାନଗୁଡ଼ିକରେ ପ୍ରବେଶ ଉପରେ ଲାଗିଥିବା କଟକଣା ହଟିଛି। ପୂର୍ବରୁ ଏଥିପାଇଁ ଉଭୟ ଡୋଜ୍‌ ଟିକା ପ୍ରମାଣପତ୍ର ଆବଶ୍ୟକ ହେଉଥିବା ବେଳେ ଏଥର ଆଉ ଏହା ଆବଶ୍ୟକ ହେବ ନାହିଁ। ଏଣିକି ସମସ୍ତଙ୍କୁ ପ୍ରବେଶ ଅନୁମତି ମିଳିବ। ଧର୍ମାନୁଷ୍ଠାନରେ ପ୍ରବେଶ କରିବାକୁ ହେଲେ ଉଭୟ ଡୋଜ୍‌ ପ୍ରମାଣପତ୍ର ସହ ପରିଚୟପତ୍ର ମଧ୍ୟ ଆବଶ୍ୟକ ହେଉଥିଲା। ଏବେ ଏହି ପରିଚୟପତ୍ର ମଧ୍ୟ ବାଧ୍ୟତାମୂଳକ ହେବ ନାହିଁ।

ଏ ନେଇ ଆଜି ବିଏମ୍‌ସି ପକ୍ଷରୁ ସର୍ବସାଧାରଣଙ୍କ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି। କେବଳ ଭକ୍ତ ନୁହନ୍ତି ବରଂ ପୂଜକଙ୍କ ଉପରେ ଯେଉଁ କଟକଣା ଲାଗିଥିଲା ତାହା ମଧ୍ୟ ହଟିଛି। ଉଭୟ ଡୋଜ୍‌ ଟିକା ନେଇନଥିଲେ ମଧ୍ୟ ପୂଜକମାନେ ଏଣିକି ପୂଜା କରିପାରିବେ। ଅନ୍ୟ ସେବାୟତମାନେ ମଧ୍ୟ ମନ୍ଦିର ବା ଧର୍ମାନୁଷ୍ଠାନରେ ପ୍ରବେଶ କରିପାରିବେ। ତେବେ ଧର୍ମାନୁଷ୍ଠାନ କର୍ତ୍ତୃପକ୍ଷ କୋଭିଡ୍‌ ନିର୍ଦ୍ଦେଶାବଳୀ ପାଳନ ଉପରେ ଗୁରୁତ୍ବ ଦେବେ। ଅନାବଶ୍ୟକ ଗହଳି ନ ହେବା ସହ ସମସ୍ତେ ଯେଭଳି ମାସ୍କ ପିନ୍ଧିବେ ତାହା ଉପରେ ନଜର ରଖିବେ ଓ କଡ଼ାକଡ଼ି କରିବେ ବୋଲି ବିଜ୍ଞପ୍ତିରେ ବିଏମ୍‌ସି ସ୍ପଷ୍ଟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe