ଭୁବନେଶ୍ୱର: କରୋନା ଟିକା ଆସିଲେ ଘରୋଇ ହସ୍ପିଟାଲକୁ ଦିଆଯିବ । ଘରୋଇ ହସ୍ପିଟାଲରେ ଟିକାକରଣ ନେଇ ଭୁବନେଶ୍ୱର ମହାନଗର ନିଗମ କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଏହା କହିଛନ୍ତି । ଟିକାକରଣ ପାଇଁ ପୂର୍ବର୍ରୁ ୩୨ଟି ଘରୋଇ ହସ୍ପିଟାଲ ପ୍ରଥମ ପର୍ଯ୍ୟାୟରେ ଚୟନ ହୋଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଘରୋଇ ହସ୍ପିଟାଲକୁ ଟିକା ଦିଆଯାଇ ନାହିଁ । ତେଣୁ ନୂଆ ଟିକା ଆସିଲେ ଭୁବନେଶ୍ୱରର ଘରୋଇ ହସ୍ପିଟାଲକୁ ଦିଆଯିବ ।
ବିଏମ୍ସି କମିସନର କହିଛନ୍ତି ଯେ, ଏଯାବତ ଭୁବନେଶ୍ୱରରେ ପାଖାପାଖି ୫ ଲକ୍ଷ ହିତାଧିକାରୀ କରୋନା ଟିକା ନେଇ ସାରିଛନ୍ତି ଏସ୍ପ୍ଲାନେଡ ମଲରେ କରୋନା ଟିକା ଦିଆଯାଇଛି । ରାଜଧାନୀରେ ଆଉ ୩ଟି ସ୍ଥାନ (କଳ୍ପନା ଛକ ନିକଟ ଉତ୍କଳ କନିକା ଗାଲେରିଆ ମଲ ପାର୍କିଂ, ରୁଦ୍ରପୁରସ୍ଥିତ ସିଫୋନୀ ମଲ ପାର୍କିଂ ଓ ପଟିଆସ୍ଥିତ କିଟ ବିଶ୍ୱବିଦ୍ୟାଳୟ ଷ୍ଟାଡିୟମ)ରେ ୨ୟ ଡୋଜ୍ର ଟିକା ବ୍ୟବସ୍ଥା ହେବ ବୋଲି ସେ କହିଛନ୍ତି ।
Follow Us