କରୋନା ଟିକା ନେବା ପରେ... ସାମାଜିକ ଗଣମାଧ୍ୟମରେ ପ୍ରମାଣପତ୍ର ଛାଡ଼ିବା ମହଙ୍ଗା ହୋଇପାରେ!

ମୁମ୍ବାଇରେ ନକଲି ଟିକାକରଣର ଶିକାର ହୋଇଛନ୍ତି ୨ ହଜାରରୁ ଅଧିକ ଲୋକ

ଖଣ୍ଡଗିରି: ଏବେ ସମସ୍ତେ କରୋନା ଟିକା ନେବା ପରେ ନିଜ ଟିକାକରଣ ପ୍ରମାଣପତ୍ରକୁ ସାମାଜିକ ଗଣମାଧ୍ୟମରେ ସେୟାର କରୁଛନ୍ତି। ସାଧାରଣ ଲୋକରୁ ଆରମ୍ଭ କରି ନେତା, ଅଭିନେତା ମଧ୍ୟ ଏଥିରୁ ବାଦ୍ ପଡୁନାହାନ୍ତି। ତେବେ ଏହି ପ୍ରମାଣପତ୍ର ଦିନେ ସେମାନଙ୍କୁ ବିରାଟ ସମସ୍ୟାରେ ପକାଇପାରେ ବୋଲି ସାଇବର ବିଶେଷଜ୍ଞମାନେ ମତ ଦେଉଛନ୍ତି। ଏହି ପ୍ରମାଣପତ୍ରରେ ଉପଭୋକ୍ତାଙ୍କ ନାମ, ବୟସ, ଆଇଡି ନମ୍ବର, ଲିଙ୍ଗ ଏବଂ ପରବର୍ତ୍ତୀ ଟିକା କେବେ ନେବେ ତାହା ଉଲ୍ଲେଖ ରହିଛି। ସବୁଠାରୁ ବଡ଼ ଜିନିଷ ହେଉଛି ଏଥିରେ ଟିକା ନେଉଥିବା ବ୍ୟକ୍ତିର ଆଧାର କାର୍ଡର ଶେଷ ୪ଟି ନମ୍ବର ମଧ୍ୟ ଉଲ୍ଲେଖ ରହିଛି।

ତେବେ ସାଇବର ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଟିକାକରଣ ପରେ ଦୁଇଟି ପ୍ରମାଣପତ୍ର ମିଳେ। ପ୍ରଥମ ଡୋଜ୍ ପରେ ପ୍ରୋଭିଜନାଲ୍‌ ଓ ଦ୍ବିତୀୟ ଡୋଜ୍‌ ପରେ ଫାଇନାଲ୍‌ ପ୍ରମାଣପତ୍ର ମିଳେ। ଉଭୟରେ ସମସ୍ତ ପ୍ରକାର ଗୋପନୀୟ ତଥ୍ୟ ରହିଥିବାରୁ ଏହା ଅନ୍ୟ କାହା ସହ ସେୟାର କରିବା ଠିକ୍ ନୁହେଁ। ଯଦି ଆପଣ ସେୟାର କରନ୍ତି ତେବେ ସ୍କାମର୍ କିମ୍ୱା ହାକର୍‌ ଆଗାମୀ ଦିନରେ ଏହାର ଦୁରୂପଯୋଗ କରିବେ। ବର୍ତ୍ତମାନ ସମୟରେ ମଧ୍ୟ ଟିକା ନେଇ ଆସିବା ପରେ ଠକାମିର ଶିକାର ହୋଇ ପାରନ୍ତି। ଭାରତ ସରକାରଙ୍କ ଫିଡ୍‌ବ୍ୟାକ୍‌ କଲ୍‌ ବୋଲି କହି ସ୍କାମର୍‌ ମିଥ୍ୟା ଫିଡ୍‌ବ୍ୟାକ୍ ନେବା ବାହାନାରେ ବିଶ୍ବାସ ଜନ୍ମାଇ ଟଙ୍କା ଠକି ନେଇ ପାରିବ। ଏହାକୁ ବୈଷୟିକ ଭାଷାରେ ସୋସିଆଲ ଇଂଜିନିୟରିଂ ମେଥଡ୍‌ ‌ବୋଲି କୁହାଯାଏ। ତେବେ ଲୋକ ସଚେତନ ହେବା ସହ ନିଜ ସାମାଜିକ ଗଣମାଧ୍ୟମ ସାଇଡ୍‌ରେ ଟିକାକରଣର ସାର୍ଟିଫିକେଟ୍‌କୁ ସେୟାର କରିବା ଉଚିତ୍ ନୁହେଁ ବୋଲି ସାଇବର ଏକ୍ସପୋର୍ଟମାନେ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe