India TV News
ପୁରୁଣା ଭୁବନେଶ୍ୱର : ଶୁକ୍ରବାରରୁ ଓକିଲଙ୍କୁ ଦିଆଯିବ କରୋନା ଟିକା। ଏଥିପାଇଁ ଭୁବନେଶ୍ବର ଓକିଲ ସଂଘ ପକ୍ଷରୁ ପ୍ରଥମେ ୩୦୦ ଓକିଲଙ୍କ ତାଲିକା ପ୍ରସ୍ତୁତି ହୋଇଛି। ଶୁକ୍ରବାରରୁ ରବିବାର ୩ଦିନ ପର୍ଯ୍ୟନ୍ତ ବିଜେବିନଗର ସ୍ବାସ୍ଥ୍ୟକେନ୍ଦ୍ରରେ ୪୫ବର୍ଷରୁ ଊର୍ଧ୍ବ ଓକିଲଙ୍କୁ ଟିକା ପ୍ରଦାନ କରାଯିବ। ଅପରପକ୍ଷେ କରୋନା କଟକଣା ମାନି କୋର୍ଟକୁ ଆସିବାକୁ ଓକିଲ ସଂଘ ପକ୍ଷରୁ ସମସ୍ତଙ୍କୁ ନିବେଦନ କରାଯାଇଛି। ସାମାଜିକ ଦୂରତା ରକ୍ଷା କରିବା ଓ ମାସ୍କ ବ୍ୟବହାର କରି ଅତି ଆବଶ୍ୟକ ଥିଲେ ଓକିଲମାନେ କୋର୍ଟ ପରିସରକୁ ଆସନ୍ତୁ ବୋଲି ସଂଘର ସଭାପତି ନିର୍ମଳ କୁମାର ରଥ, ସମ୍ପାଦକ ରାଜକିଶୋର ଦାସ ନିବେଦନ କରିଛନ୍ତି।
Follow Us