ରାଜଧାନୀର ୨୨ ହସ୍ପିଟାଲରେ ମିଳିବ ଟିକା

Advertisment
ଭାରତରେ ଟିକା ପାଇଁ ହାହାକାର କାହିଁକି?

NDTV.com

ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକାଦାନ ଅଭିଯାନ
ବିନା ପଞ୍ଜୀକରଣରେ ଟିକା ମିଳିବନି
ସରକାରୀ ହସ୍ପିଟାଲରେ ମାଗଣା
ଘରୋଇ ହସ୍ପିଟାଲରେ ‌ଅଢ଼େଇ ଶ’

ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ରାଜଧାନୀରେ ବରିଷ୍ଠ ନାଗରିକଙ୍କୁ କରୋନା ଟିକା ଦେବା ଅଭିଯାନ ଆରମ୍ଭ ହେବ। ଏଥିପାଇଁ ବିଏମ୍‌ସି ପକ୍ଷରୁ ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲକୁ ବଛାଯାଇଛି। ସରକାରୀ ହସ୍ପିଟାଲରେ ଟିକା ନେଲେ ମାଗଣାରେ ମିଳିବ। ଘରୋଇ ହସ୍ପିଟାଲରେ ଟିକା ନେଲେ ଟିକା ଖର୍ଚ୍ଚ ୧୫୦ ଟଙ୍କା ଏବଂ ସର୍ଭିସ୍‌ ଚାର୍ଜ ବାବଦକୁ ୧୦୦ ଟଙ୍କା ମିଶାଇ ସର୍ବାଧିକ ୨୫୦ ଟଙ୍କା ଦେବାକୁ ପଡ଼ିବ ବୋଲି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ସୂଚନା ଦେଇଛନ୍ତି।

ରାଜଧାନୀରେ ମାର୍ଚ୍ଚ ୧ରୁ ବରିଷ୍ଠ ନାଗରିକଙ୍କ (୬୦ ବର୍ଷରୁ ଅଧିକ ବୟସ୍କ)ପାଇଁ ଟିକାଦାନ ଅଭିଯାନ ଆରମ୍ଭ ହେଉଥିଲେ ହେଁ ବିଭିନ୍ନ ଜଟିଳ ରୋଗରେ ପୀଡ଼ିତ ୪୫ରୁ ୫୯ ବର୍ଷ ବୟସ୍କ ଲୋକ ବି ଟିକା ନେଇପାରିବେ। ଏଥିପା‌ଇଁ କେଉଁ ୨୦ଟି ରୋଗରେ ଆକ୍ରାନ୍ତ ହୋଇଥିବା ଲୋକ ଟିକା ନେଇପାରିବେ ତାହା ମଧ୍ୟ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ଜଣାଇ ଦିଆଯାଇଛି। ଏହି ବୟସର ଲୋକମାନେ ଧାର୍ଯ୍ୟ ରୋଗରେ ଆକ୍ରାନ୍ତ ବୋଲି ପ୍ରେସ୍କ୍ରିପସନ୍ ଦେଖାଇବା ପରେ ସେମାନଙ୍କର ନାମ ପଞ୍ଜୀକରଣ ହେବ। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା ବିନା ପଞ୍ଜୀକରଣରେ କାହାକୁ ଟିକା ଦିଆଯିବନି। ଯେଉଁମାନେ ଟିକା ନେବେ ସେମାନଙ୍କୁ ୧ତାରିଖରୁ କୋ-ୱିନ୍ ପୋର୍ଟାଲରେ ନିଜ ନାମ ପଞ୍ଜୀକରଣ କରିବେ। ୧ ତାରିଖରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାରୁ ମାର୍ଚ୍ଚ ୨ରୁ ଟିକାଦାନ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ ଟିକାଦାନ ଶେଷ ହେବା ପରେ ଧାର୍ଯ୍ୟ ସମୟ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକା ଦିଆଯିବ।

ବିଏମ୍‌ସି କମିସନରଙ୍କ ସୂଚନା ଅନୁଯାୟୀ, ସରକାରୀ ହସ୍ପିଟାଲ ମଧ୍ୟରେ ଏମ୍‌ସ, କ୍ୟାପିଟାଲ ହସ୍ପିଟାଲ, ବିଏମ୍‌ସି ହସ୍ପିଟାଲ, ୟୁନିଟ-୪, ପଟିଆ, ଡୁମଡୁମା, ଆଇଆର୍‌ସି ଭିଲେଜ୍, ବରମୁଣ୍ଡା ‌େଗାଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ରିଜର୍ଭ ପୁଲିସ ହସ୍ପିଟାଲ ଏବଂ ସହିଦନଗର, ପୋଖରୀପୁଟ, ଘାଟିକିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଲୋକଙ୍କୁ ମାଗଣରେ ଟିକା ଦିଆଯିବ।

ସେହିପରି ସମ୍‌, କିମ୍‌ସ, କଳିଙ୍ଗ, ବ୍ଲୁ ହୁଇଲ୍‌, ଆଦିତ୍ୟ ଅଶ୍ବିନୀ, ଆମ୍ରି, ଉତ୍କଳ, ନୀଳାଚଳ, କେୟାର ଏବଂ ହାଇଟେକ୍ ହସ୍ପିଟାଲ ଭଳି ଘରୋଇ ହସ୍ପିଟାଲରେ ଲୋକମାନେ ଧାର୍ଯ୍ୟ ଅର୍ଥ ଦେଇ ଟିକା ନେଇପାରିବେ। କିନ୍ତୁ ସବୁ ହସ୍ପିଟାଲରେ ପ୍ରଥମେ ପଞ୍ଜୀକରଣ ତା’ପରେ ଟିକାଦାନ ହେବ। ଦିନକୁ ୬୦ଜଣଙ୍କୁ ଗୋଟିଏ ହସ୍ପିଟାଲରେ ଟିକା ଦେବାର ବ୍ୟବସ୍ଥା ଅଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡଲାଇନ୍ ଅନୁଯାୟୀ ଟିକାଦାନ କାର୍ଯ୍ୟକ୍ରମ ହେବ ବୋଲି ବିଏମ୍‌ସି କମିସନର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe