ଆଜି ଭାଲେଣ୍ଟାଇନ୍‌ ଡେ’, ପ୍ରେମୀଯୁଗଳଙ୍କୁ ସୁରକ୍ଷା ଦେବ ପୁଲିସ

ଆଜି ଭାଲେଣ୍ଟାଇନ୍‌ ଡେ’, ପ୍ରେମୀଯୁଗଳଙ୍କୁ ସୁରକ୍ଷା ଦେବ ପୁଲିସ

The New Daily

ଭୁବନେଶ୍ବର : ଭାଲେଣ୍ଟାଇନ୍ ଦିବସକୁ କେତେକ ସଂଗଠନ ବିରୋଧ କରୁଥିବା ବେଳେ ପ୍ରେମୀଯୁଗଳଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିଛି କମିସନରେଟ ପୁଲିସ। ଭାଲେଣ୍ଟାଇନ୍ ଦିବସ ପାଳନ କରିବାର ଅଧିକାର ପ୍ରେମୀ ଯୁଗଳଙ୍କର ରହିଛି। ସମ୍ବିଧାନ ଅନୁସାରେ ଜନସାଧାରଣଙ୍କ ଅଭିବ୍ୟକ୍ତିର ସ୍ବାଧୀନତା ରହିଛି। ତେଣୁ ଲୋକମାନେ ଭାଲେଣ୍ଟାଇନ ଦିବସକୁ ମନଭରି ପାଳନ କରିପାରିବେ। ସେମାନେ ଯେଉଁ ଢଙ୍ଗରେ ଚାହିଁବେ ସେଭଳି ପାଳନ କରିପାରିବେ। ଭାରତର ସମ୍ବିଧାନ ଓ ଏଥିରେ ପ୍ରଦାନ କରାଯାଇଥିବା ଅଧିକାରକୁ ସୁରକ୍ଷା ଦିଆଯିବ ବୋଲି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଆଇଜି ପାର୍କ, ବିଜୁ ପଟ୍ଟନାୟକ ପାର୍କ, ବଟାନିକାଲ୍ ଗାର୍ଡେନ୍, ଖଣ୍ଡଗିରି ଓ ଉଦୟଗିରି, ଜୟଦେବ ବାଟିକା, ଆଇନକ୍ସ, ଏସପ୍ଲାନେଡ୍ ଓ ଶିଖରଚଣ୍ଡିରେ ପୁଲିସ ଫୋର୍ସ ମୁତୟନ କରାଯିବ। ଭାଲେଣ୍ଟାଇନ୍ ଦିବସକୁ ବିରୋଧ କରିବା ପାଇଁ ପୂର୍ବରୁ କଳିଙ୍ଗ ସେନା ଲିଖିତ ଭାବେ ଜଣାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe