୫୦ ହଜାର କଣ୍ଠରେ ଗୁଞ୍ଜରିତ ହେବ ବନ୍ଦେ ମାତରଂ

Advertisment
୫୦ ହଜାର କଣ୍ଠରେ ଗୁଞ୍ଜରିତ ହେବ ବନ୍ଦେ ମାତରଂ

ଭୁବନେଶ୍ୱର : ପଚାଶ ହଜାର କଣ୍ଠରେ ଏକକାଳୀନ ଗୁଞ୍ଜରିତ ହେବ ‘ବନ୍ଦେ ମାତରଂ’ ସଂଗୀତ। ଇନିସିଏଟିଭ୍‌ ଫର୍‌ ମୋରାଲ୍‌ ଆଣ୍ଡ୍‌ କଲ୍‌ଚରାଲ୍‌ ଟ୍ରେନିଂ ଫାଉଣ୍ଡେସନ୍‌ ପକ୍ଷରୁ ‘ଭଏସ୍‌ ଅଫ୍‌ ୟୁନିଟି’ ତଥା ଏକତାର ସ୍ୱର କାର୍ଯ୍ୟକ୍ରମରେ ସୃଷ୍ଟି ହେବ ଏମିତି ଏକ ବିରାଟ ଅବକାଶ। ଆସନ୍ତା ୧୨ ତାରିଖ ଶିରିପୁରସ୍ଥିତ ଓୟୁଏଟି ଖେଳ ପଡ଼ିଆରେ ସକାଳ ସାଢ଼େ ୮ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଏକତାର ସ୍ୱର କାର୍ଯ୍ୟକ୍ରମରେ ଏମିତି ଏକ ବିଶେଷ କାର୍ଯ୍ୟକ୍ରମ ରହିଛି।

ଆଜି କେଶରୀ ହୋଟେଲ୍‌ରେ ଫାଉଣ୍ଡେସନ୍‌ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଏହି ଅବସରରେ ବିଶିଷ୍ଟ ସେବା ମେଡାଲ୍‌ ପାଇଥିବା ମେଜର ଜେନେରାଲ୍‌ ଗଗନଦୀପ ବକ୍ସିଙ୍କ ଭଳି କିଛି ପ୍ରଥିତଯଶା ଦେଶଭକ୍ତବୃନ୍ଦ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏଥିସହ ସଂଗୀତ ନିର୍ଦେଶକ ମନ୍ମଥ ମିଶ୍ର ଏବଂ ତାଙ୍କ ଦଳ ଦେଶାତ୍ମବୋଧ ସଂଗୀତ ପରିବେଷଣ କରିବେ। ପରିବେଶ ସନ୍ତୁଳନ, ସୁରକ୍ଷା, ବନ୍ୟଜନ୍ତୁ ସଂରକ୍ଷଣ, ମାନବୀୟ ମୂଲ୍ୟବୋଧର ସୁରକ୍ଷା, ନାରୀକୁ ସମ୍ମାନ ଏବଂ ଦେଶଭକ୍ତି ଜାଗରୁକତା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶପଥ ପାଠ କରାଯିବ। ଦେଶଭକ୍ତି ଭିତ୍ତିକ ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଅଂଶଗ୍ରହଣ ପାଇଁ ଫାଉଣ୍ଡେସନ୍‌ର ଓଡ଼ିଶା ଚାପ୍‌ଟରର କାର୍ଯ୍ୟକାରୀ ଅଧ୍ୟକ୍ଷ ମୁରଲୀ ମନୋହର ଶର୍ମା ନିବେଦନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ଅନିଲ୍‌ ଧିର୍‌, ଦେବୀପ୍ରସାଦ ମିଶ୍ର ଏହି ସମ୍ମିଳନୀରେ ଉପସ୍ଥିତ ରହି ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe