ବାଣୀ ବିହାରରେ ହଷ୍ଟେଲ ସମସ୍ୟା, କୁଳପତିଙ୍କ କାର୍ଯ୍ୟାଳୟ ଘେରିଲେ ଛାତ୍ରଛାତ୍ରୀ

Advertisment
ବାଣୀ ବିହାରରେ ହଷ୍ଟେଲ ସମସ୍ୟା, କୁଳପତିଙ୍କ କାର୍ଯ୍ୟାଳୟ ଘେରିଲେ ଛାତ୍ରଛାତ୍ରୀ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ଲାଗି ରହିଥିବା ହଷ୍ଟେଲ ସମସ୍ୟାକୁ ନେଇ ଆଜି ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ। ପୂର୍ବାହ୍ଣରେ ୧ ଓ ୪ ନମ୍ବର ଛାତ୍ରାବାସ ସମେତ ୨ ନମ୍ବର ଛାତ୍ରୀନିବାସର ଛାତ୍ରୀମାନେ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଦୀର୍ଘଦିନ ଧରି ହଷ୍ଟେଲଗୁଡ଼ିକରେ ସମସ୍ୟା ଲାଗିରହିଥିଲେ ମଧ୍ୟ ତାହାର ସମାଧାନ କରିବା ଦିଗରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଗୁରୁତ୍ବ ଦେଉ ନ ଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ ହଷ୍ଟେଲ୍‌ରେ ପଡ଼ିଥିବା ଖଟଗୁଡ଼ିକ ଭାଙ୍ଗିଗଲାଣି। କେତେକ ରୁମ୍‌ରେ ଛାତରୁ ସ୍ଲାବ୍‌ ଖସୁଥିବା ବେଳେ ଆଉ କେତେକ କାନ୍ଥରେ ଅନାବନା ଗଛ ଉଠିଲାଣି। ରୁମ୍‌କୁ ପାଣି ଆସୁନି। ବିଦ୍ୟୁତ ସଂଯୋଗ ବି ବ୍ୟାହତ ହେଉଛି। ୱାଇ ଫାଇ ସୁବିଧା ହୋଇଥିଲେ ମଧ୍ୟ ଠିକ୍‌ ଭାବେ କାର୍ଯ୍ୟ କରୁ ନାହିଁ। ବହୁ ସମୟ ଧରି ହଟହଟା ହେବାକୁ ପଡ଼ୁଛି। ଏନେଇ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ସମସ୍ୟାର ସମାଧାନ କରା ନଯିବାରୁ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିଛୁ। ଆଗକୁ ବ୍ୟାପକ ଆନ୍ଦୋଳନ କରାଯିବ। ଦଶହରା ଛୁଟି ସମୟରେ ହଷ୍ଟେଲଗୁଡ଼ିକର ମରାମତି କରାଯିବ ବୋଲି କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe