ଏକାମ୍ରରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ

Advertisment
ଏକାମ୍ରରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ବର: ଏକାମ୍ର ନିର୍ବାଚନମଣ୍ଡଳୀରେ ପ୍ରାୟ ୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି। ଶ୍ରୀ ପଣ୍ଡା ୱାର୍ଡ ନଂ-୫୪ ଜ୍ଞାନନଗର ଅନ୍ତେବାସୀଙ୍କ ଗୃହର ନବୀକରଣ କାର୍ଯ୍ୟର ଉଦ୍‌ଘାଟନ, ୱାର୍ଡ ନଂ-୫୯ ନୂଆଗାଁ ଗୋଷ୍ଠୀ ଗୃହ, ୱାର୍ଡ ନଂ-୬୫ ଏମ୍ସ ରାସ୍ତାରେ ଗୋଷ୍ଠୀ ଗୃହ ଉଦ୍‌ଘାଟନ, କପିଳେଶ୍ୱର କେନାଲ ବନ୍ଧ ଗାର୍ଡ ୱାଲର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର, ରାଜେନ୍ଦ୍ର ସମର୍ଥା, ସମାଜସେବୀ ଦାଶରଥୀ ଗରାବଡୁ, ରଶ୍ମିରଞ୍ଜନ ପାଟ୍ଟଶାଣୀ, ଚନ୍ଦ୍ରଶେଖର ମଲିଆ, ବସନ୍ତ ବରାଳ, ବିଜୟ ଜେନା, ରମେଶ ନାୟକ, ନଗେନ ବାରିକ, କଣ୍ଡୁରି ସାହୁ, ଅଶ୍ବିନୀ ସାହୁ, ସୁବାସ ସୁନ୍ଦରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe