ଭୁବନେଶ୍ବରରେ ବେଦାନ୍ତ ପକ୍ଷରୁ ଜଳସେବା ଶିବିର ଆରମ୍ଭ

Advertisment
ଭୁବନେଶ୍ବରରେ ବେଦାନ୍ତ ପକ୍ଷରୁ ଜଳସେବା ଶିବିର ଆରମ୍ଭ

ଭୁବନେଶ୍ବର: ବେଦାନ୍ତ ପକ୍ଷରୁ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଜଳ ସେବା ଶିବିର ଆରମ୍ଭ ହୋଇଛି। ଭୁବନେଶ୍ବର ମହାନଗର ନିଗମ ସହଯୋଗରେ ୧୫ଟି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଏହି ସେବା ଚାଲୁ କରାଯାଇଛି। ମେୟର ସୁଲୋଚନା ଦାସ ଆନୁଷ୍ଠାନିକ ଭାବେ ଏହାକୁ ଉଦ୍‌ଘାଟନ କରି ବେଦାନ୍ତର ଏଭଳି ମହତ୍‌ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଏଥିରେ ନାଲ୍‌କୋର ପୂର୍ବତନ ସିଏମ୍‌ଡି ତଥା ବେଦାନ୍ତ ସଭାପତି ତପନ ଚାନ୍ଦ ଓ ବେଦାନ୍ତ ଆଲୁମିନିୟମ ଆଣ୍ଡ୍‌ ପାୱାରର ସିଇଓ ରାହୁଲ ଶର୍ମା ଯୋଗ ଦେଇଥିଲେ।

ଗଭର୍ଣ୍ଣର ହାଉସ ନିକଟରେ ଅଭିନେତା ସବ୍ୟସାଚୀ ମିଶ୍ର, ବାଣୀବିହାର ଛକରେ ପଦ୍ମବିଭୂଷଣ ସୁଦର୍ଶନ ସାହୁ, ନୂଆପଲ୍ଲୀରେ ପଦ୍ମଶ୍ରୀ ପ୍ରଭାକର ମହାରଣା, ମାଷ୍ଟର କ୍ୟାଣ୍ଟିନରେ ପଦ୍ମଶ୍ରୀ ଅରୁଣା ମହାନ୍ତି, ରବୀନ୍ଦ୍ର ସଦନଠାରେ ଶିବଚିଦାନନ୍ଦ ସେଣ୍ଟେନାରି ସ୍କୁଲର ସ୍ବାମୀ ଜଗଦାନନ୍ଦ, ଶ୍ରୀୟା ଟକିଜ ନିକଟରେ ଗୁରୁଦ୍ବାରା ଜଳସେବା ଶିବିରକୁ ସମାଜସେବୀ ଆରତୀ ଦେବୀ ଉଦ୍‌ଘାଟନ କରିଛନ୍ତି। ଏଥିସହ କିଟ୍ ଇଣ୍ଟରନ୍ୟାସନାଲ ସେଣ୍ଟର୍‌ର ଜୟନ୍ତ ପରିଡ଼ା ଏବଂ ଭାରତୀୟ ବିଦ୍ୟାଭବନ, ଭୁବନେଶ୍ବରର ଅଧ୍ୟକ୍ଷ ‌ଲେଫ୍ଟନାଣ୍ଟ ଜେନେରାଲ ଜେ.କେ ମହାନ୍ତି ଶିବିର ଉଦ୍‌ଘାଟନ କରିଥିଲେ। ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଥଣ୍ଡା ପାନୀୟ ଜଳ, ଲେମ୍ବୁ ପାଣି ଏବଂ ବଟର ମିଲ୍କ ଯୋଗାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe