ବେଦାନ୍ତର ଜଳସେବା ଶିବିର

Advertisment
ବେଦାନ୍ତର ଜଳସେବା ଶିବିର

ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବେଦାନ୍ତ ଆଲୁମିନିୟମ୍‌ ପକ୍ଷରୁ ଭୁବନେଶ୍ବର ମହାନଗର ନିଗମ ସହଯୋଗରେ ଭୁବନେଶ୍ବରର ୧୫ଟି ପ୍ରମୁଖ ସ୍ଥାନରେ ଜଳସେବା ଶିବିର ସ୍ଥାପନ କରାଯାଇଛି। ଶିବିରରେ ଲୋକମାନଙ୍କୁ ଥଣ୍ଡା ପାଣି, ଲେମ୍ବୁ ପାଣି ଓ ଘୋଳ ଦହି ବିନା ମୂଲ୍ୟରେ ପ୍ରଦାନ କରାଯାଉଛି।

ପ୍ରତିଦିନ ପ୍ରାୟ ୧୦ହଜାର ଲୋକ ଏହାଦ୍ବାରା ଉପକୃତ ହେଉଛନ୍ତି ବୋଲି କଂପାନି ପକ୍ଷରୁ କୁହାଯାଇଛି। ଏହି ଜଳ ଶିବିରଗୁଡ଼ିକ ସ୍ୱେଚ୍ଛାସେବୀ ସଂଗଠନ ଦିଶା, ଅଟୋ ମହାସଂଘ ଓ ମହିଳା ଷ୍ଟାର୍ଟଅପ୍‌ ବାଇଓଗ୍ରାମ ନେତୃତ୍ୱରେ ପରିଚାଳିତ ହେଉଛି। କଂପାନିର ସିଇଓ ରାହୁଲ ଶର୍ମା କହିଛନ୍ତି ଯେ ଉପଯୁକ୍ତ ସମୟରେ ଭୁବନେଶ୍ୱରର ଲୋକମାନଙ୍କୁ ଜଳସେବା ପ୍ରଦାନ କରାଯାଇ ପାରିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। କଂପାନିର ସଭାପତି ତପନ କୁମାର ଚାନ୍ଦ କହିଛନ୍ତି ଯେ ବେଦାନ୍ତର ଏହି ଜଳସେବା ଦ୍ୱାରା ହଜାର ହଜାର ଲୋକ ଉପକୃତ ହୋଇପାରୁଥିବାରୁ ମୁଁ ବହୁତ ଖୁସି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe