ବାଲିଅନ୍ତା: ଆଜି ସନ୍ଧ୍ୟାରେ ଦୀର୍ଘ ଦୁଇଘଣ୍ଟା ଧରି ହୋଇଥିବା ବର୍ଷା ଯୋଗୁଁ ବାଲିଅନ୍ତା ବ୍ଲକ ବାଳକାଟି ସାପ୍ତାହିକ ହାଟରେ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା। ହାଟ ଭିତରେ ଆଣ୍ଠୁଏ ଉଚ୍ଚରେ ପାଣି ଜମି ଯିବାରୁ ବ୍ୟବସାୟୀମାନେ ରଖିଥିବା ପରିବା ସବୁ ଭାସିଥିଲା। ଫଳରେ ବ୍ୟବସାୟୀମାନେ ଖୁବ୍ ଶସ୍ତାରେ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ। କିଛି ଗ୍ରାହକ ପାଣିରୁ ପରିବା ଛାଣି ନେଇ ଯାଇଥିଲେ। ଏନେଇ ସଂପୃକ୍ତ ବ୍ୟବସାୟୀ ଓ ଗ୍ରାହକମାନଙ୍କ ମଧ୍ୟରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ଆଜି ହାଟରେ କଲରା ଓ ପୋଟଳ ୨୦ଟଙ୍କାରେ ବିକ୍ରି ହୋଇଥିବା ବେଳେ ବାଇଗଣ, ଭେଣ୍ଡି, ଗାଜର, କାକୁଡ଼ି ଓ ବିଲାତି ବାଇଗଣ କେଜି ୧୦ ଟଙ୍କାରେ ବିକ୍ରି ହୋଇଥିଲା। ହାଟ ଭିତରୁ ଜଳ ନିଷ୍କାସନ ସମସ୍ୟା ନେଇ ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ବ୍ୟବସାୟୀ କେଳୁଚରଣ ବେହେରା ଓ ମାହାଲ ସାହିର କେଳୁ ସାହୁଙ୍କ କହିବାନୁଯାୟୀ ଜଳ ନିଷ୍କାସନ, ହାଟ ପରିସର ଚଟାଣ କଂକ୍ରିଟ ଓ ଆବଶ୍ୟକ ପରିମାଣର ହାଟପିଣ୍ଡି ନିର୍ମାଣ କରାଗଲେ ସମସ୍ୟାର ସମାଧାନ ହୋଇପାରନ୍ତା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us