ଓମଫେଡ୍ ବୁଥ୍‌ ପାଖରେ ପରିବା ଦୋକାନ, ବସଷ୍ଟାଣ୍ଡରେ ତେଜରାତି ଦୋକାନ

Advertisment
ଓମଫେଡ୍ ବୁଥ୍‌ ପାଖରେ ପରିବା ଦୋକାନ, ବସଷ୍ଟାଣ୍ଡରେ ତେଜରାତି ଦୋକାନ

ଭୁବନେଶ୍ବର: ହାଟରେ ଯେପରି ଲୋକଙ୍କର ଭିଡ଼ ଜମିବନି, ଘରୁ ଚାଲିକି ଗଲେ ସବୁ ଜିନିଷ ଗୋଟିଏ ସ୍ଥାନରେ ମିଳିବ, ସେଥିପାଇଁ ବିଏମ୍‌ସି ଓ କମିସନରେଟ୍ ପୁଲିସ ପକ୍ଷରୁ ଯୋଜନା ହୋଇଛି। ସବୁ ଓମଫେଡ୍‌ ବୁଥ୍‌ ନିକଟରେ ପରିବା ଦୋକାନ ଖୋଲାଯିବ। ଏହାସହ ସବୁ ବସଷ୍ଟାଣ୍ଡରେ ତେଜରାତି ଦୋକାନ ଖୋଲିବ। କମିସନରେଟ୍‌ ପୁଲିସ ପକ୍ଷରୁ ବିଏମ୍‌ସିକୁ ଏହିଭଳି ପ୍ରସ୍ତାବ ଦିଆଯିବା ପରେ ଏହାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। ଅପରପକ୍ଷେ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସବୁ ଜିନିଷ ଯେପରି ଗୋଟିଏ ସ୍ଥାନରେ ମିଳିବ ସେଥିପାଇଁ ଯୋଜନା ହେଉଛି। ଲୋକ ହାଟରେ ଭିଡ଼ ଜମାଇବା ସହ ସାମାଜିକ ଦୂରତା ମାନୁନଥିବାରୁ ସବୁ ଅଞ୍ଚଳରେ ଲୋକଙ୍କୁ ହାତପାହାନ୍ତାରେ ସୁବିଧା ଯୋଗାଯିବ। ରାଜଧାନୀରେ ଥିବା ୪୪୦ଟି ଓମଫେଡ୍‌ ବୁଥ୍‌ ନିକଟରେ ପରିବା ଦୋକାନ ଖୋଲିବ। ନିକଟସ୍ଥ ହାଟର ବ୍ୟବସାୟୀମାନଙ୍କୁ ଏନେଇ ଠିକଣା ‌ଦିଆଯିବ। ସେହିପରି ରାଜଧାନୀରେ ଥିବା ୨୦୦ଟି ବସ‌୍‌ଷ୍ଟାଣ୍ଡରେ ପରିବା ଦୋକାନ ଓ ତେଜରାତି ଦୋକାନ ଖୋଲିବ। ଏଠାରେ ଲୋକ ସାମାଜିକ ଦୂରତା ରକ୍ଷା କରି ସାମଗ୍ରୀ କିଣିବେ। ଏହାଦ୍ବାରା ହାଟରେ ଭିଡ଼ ହେବନି। ଏବେ ଯେମିତି ଗଳିକନ୍ଦିରେ ତେଜରାତି ଓ ପରିବା ଦୋକାନ ଖୋଲୁଛି ସେମିତି ଖୋଲିବ। ହେଲେ ଯେଉଁମାନେ ସାମାଜିକ ଦୂରତା ନିୟମ ମାନିବେନି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe