ବାଲିପାଟଣା : ଗତକାଲି ରାତିରେ ସ୍ଥାନୀୟ ନୂଆସାହି ଗ୍ରାମର ରତ୍ନାକର ସାହୁଙ୍କ ଗାଡ଼ି ବ୍ୟାଟେରି ବିସ୍ଫୋରଣ ହେବାରୁ ଗାଡ଼ିଟି ଜଳି ଯାଇଛି। ଅଗ୍ନିଶମ ବାହିନୀ ସେଠାରେ ପହଁଞ୍ଚି ନିଆଁ ଲିଭାଇବା ସହ ପରିବାର ସଦସ୍ୟଙ୍କୁ ଉଦ୍ଧାର କରିଥିଲା। ସୂଚନାନୁସାରେ ରାତି ପ୍ରାୟ ୩ ଟା ସମୟରେ ହଠାତ୍ କୌଣସି କାରଣରୁ ବ୍ୟାଟେରି ବିସ୍ଫୋରଣ ହେବାରୁ ଗାଡ଼ିଟି ଜଳିଥିଲା ଓ ପ୍ରବଳ ଧୂଆଁ ଘର ଭିତରକୁ ପଶି ଯାଇଥିଲା। ଫଳରେ ପିଲାଛୁଆଙ୍କୁ ଧରି ପରିବାର ଲୋକେ ଘରୁ ବାହାରି ପାରିନଥିଲେ। ତେବେ ଖବର ପାଇ ବାଲିପାଟଣା ଅଗ୍ନିଶମ ବାହିନୀ ତୁରନ୍ତ ସେଠାରେ ପହଁଞ୍ଚି ପ୍ରଥମେ ଘର ଭିତରୁ ଲୋକଙ୍କୁ ବାହାର କରିବା ସହ ନିଆଁକୁ ଆୟତ୍ତ କରିଥିଲା।
ବ୍ୟାଟେରି ବିସ୍ଫୋରଣ ହେବାରୁ ଗାଡ଼ି ଜଳିଗଲା
Advertisment
Follow Us