ବାତିଲ ହେଲା ପାସ୍‌, ପରିଚୟପତ୍ରରେ ଛଡ଼ାଯିବ

ପାସ୍‌ ଅପବ୍ୟବହାର, ଚିନ୍ତାରେ ପୁଲିସ : ମାଲବାହୀ ଯାନ ପାସ୍‌ରେ ଚାଲୁଥିଲା ଯାତ୍ରୀବାହୀ ଅଟୋ, ପାସ୍‌ ଜବତ

ଭୁବନେଶ୍ବର : ତାଲା ବନ୍ଦ ସମୟରେ କେବଳ ଜରୁରୀକାଳୀନ ସେବାରେ ଥିବା କର୍ମଚାରୀମାନଙ୍କୁ ଛଡ଼ାଯିବ। ଜରୁରୀକାଳୀନ ସେବା କରୁଥିବା ବ୍ୟକ୍ତିକୁ ସେଥିପାଇଁ ପାସ୍‌ ଯୋଗାଇ ଦେବାକୁ କମିସନରେଟ୍‌ ପୁଲିସ ବ୍ୟବସ୍ଥା କରିବା ସହ କିଛି ସଂସ୍ଥାକୁ ପାସ୍‌ ମଧ୍ୟ ଯୋଗାଇ ଦେଇଛି‌। ଗତରାତିରେ ବିଭିନ୍ନ ଥାନା ସାମ୍ନାରେ ଭିଡ଼ ହୋଇଥିବା ବେଳେ ଆଜି ସକାଳୁ ଡିସିପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରବଳ ଭିଡ଼ ହୋଇଥିଲା। ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହେବାରୁ ପୁଲିସ କମିସନର ଏହି ପାସ୍‌ ବ୍ୟବସ୍ଥା ବାତିଲ କରିବାକୁ ବାଧ୍ୟ ହୋଇଥିଲେ। ପରେ ଏହି ବ୍ୟବସ୍ଥା ଅନ୍‌ଲାଇନ୍‌ରେ ହେବ। ଏଣୁ ଜରୁରୀକାଳୀନ ସେବା କରୁଥିବା ବ୍ୟକ୍ତିମାନେ ପାସ୍‌ ପାଇବା ପର୍ଯ୍ୟନ୍ତ ପରିଚୟପତ୍ର ଦେଖାଇ ଯାଇପାରିବେ ବୋଲି ଘୋଷଣା ହୋଇଛି।

ଅନ୍ୟପଟେ ଲୋକମାନେ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଜରୁରୀ କାମରେ ଯିବା ପାଇଁ ପାସ୍‌ କେଉଁଠୁ ପାଇ‌ବେ, ସେ ନେଇ ସ୍ପଷ୍ଟ ହୋଇ ନାହିଁ। ଅନ୍‌ଲାଇନ୍‌ ବ୍ୟବସ୍ଥା କରିବା ପାଇଁ ସମୟ ଲାଗିବ। କିନ୍ତୁ ଯାହାକୁ ହଠାତ୍‌ ଦରକାର ହେବ, ସେ କ’ଣ କରିବ ବୋଲି ହେଉଥିବା ପ୍ରଶ୍ନର ଉତ୍ତର ଦେବାକୁ ଯାଇ କମିସନର ସ୍ପଷ୍ଟ କରିଛନ୍ତି, ସ୍ବାସ୍ଥ୍ୟଗତ କାରଣରୁ ଯେଉଁମାନେ ବାହାରକୁ ଯାଉଥିବେ, ସେମାନେ ମେଡିକାଲ କାଗଜପତ୍ର ଦେଖାଇଲେ ଛଡ଼ାଯିବ। ଅନ୍ୟମାନେ ବାହାରକୁ ବାହାରନ୍ତୁ ନାହିଁ କିମ୍ବା ଦ୍ବନ୍ଦ୍ବରେ ପଡ଼ନ୍ତୁ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, କରୋନା ଭାଇରସ ନ ବ୍ୟାପିବା ପାଇଁ ସରକାରଙ୍କ କଡ଼ା ନିର୍ଦ୍ଦେଶ ଅନୁସାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏଥିରେ ସମସ୍ତଙ୍କର ସହଯୋଗ ଆବଶ୍ୟକ। ଅତି ଦରକାର ନ ହେଲେ ବାହାରକୁ ବାହାରନ୍ତୁ ନାହିଁ। ସବୁ ଗାଁ, ସାହି, ବସ୍ତିକୁ ବନ୍ଦ କରିବା ପୁଲିସ କ୍ଷେତ୍ରରେ ସମ୍ଭବପର ନୁହେଁ। ସ୍ଥାନୀୟ ଲୋକେ ସହଯୋଗ କରନ୍ତୁ। ପିଲାମାନଙ୍କୁ ଘରୁ ବାହାରକୁ ଯିବାକୁ ଦିଅନ୍ତୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe