ଗୋଚାଲାଣ ଅଭିଯୋଗରେ ଗାଡ଼ି ଭଙ୍ଗାରୁଜା

ଆଜି ରାତିରେ ବରମୁଣ୍ଡା ଓଭର୍‌ବ୍ରିଜ୍‌ ଉପରେ ଗୋଚାଲାଣ ସନ୍ଦେହରେ ୪ଟି ଗାଡ଼ି ଭଙ୍ଗାରୁଜା ହୋଇଛି। ଏଥିପାଇଁ ବହୁ ସମୟ ଧରି ଜାତୀୟ ରାଜପଥରେ ଟ୍ରାଫିକ୍‌ ଜାମ୍‌ ହୋଇଥିଲା।

Untitled-5

ଖଣ୍ଡଗିରି: ଆଜି ରାତିରେ ବରମୁଣ୍ଡା ଓଭର୍‌ବ୍ରିଜ୍‌ ଉପରେ ଗୋଚାଲାଣ ସନ୍ଦେହରେ ୪ଟି ଗାଡ଼ି ଭଙ୍ଗାରୁଜା ହୋଇଛି। ଏଥିପାଇଁ ବହୁ ସମୟ ଧରି ଜାତୀୟ ରାଜପଥରେ ଟ୍ରାଫିକ୍‌ ଜାମ୍‌ ହୋଇଥିଲା। ଗାଡ଼ିର ଧାଡ଼ି ସିଆର୍‌ପି ଛକ ପର୍ଯ୍ୟନ୍ତ ଲମ୍ବିିଥିଲା।

 ଆଜି ଆନ୍ଧ୍ରପ୍ରଦେଶରୁ କାମଧେନୁ ଯୋଜନାରେ ୪୦ଟି ଗାଡ଼ିରେ ଗୋରୁ ବୋଝେଇ ହୋଇ ନିଆଳି ଅଣାଯାଉଥିଲା। ରାତି ସାଢ଼େ ୮ଟା ସମୟରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ସମ୍ମୁଖ ଓଭର୍‌ବ୍ରିଜ୍‌ ନିକଟରେ କିଛି ଯୁବକ ନିଜକୁ ଗୋରକ୍ଷକ ପରିଚୟ ଦେଇ ୪ଟି ଗାଡ଼ି ଅଟକାଇବା ସହ ଗୋଚାଲାଣ ସନ୍ଦେହରେ ବହ୍ଲା ଓ ଠେଙ୍ଗାରେ ଗାଡ଼ି ଭାଙ୍ଗିବା ଆରମ୍ଭ କରିଦେଇଥିଲେ। ଗାଡ଼ିଚାଳକ ଯେତେ ବୁଝାଇଲେ ମଧ୍ୟ ଯୁବକମାନେ ତାଙ୍କ କଥାକୁ କର୍ଣ୍ଣପାତ କରି ନଥିଲେ। ବୈଧ କାଗଜପତ୍ର ଦେଖାଇ ଗାଡ଼ି‌ଚାଳକ ନେହୁରା ହେବା ପରେ ମଧ୍ୟ ତାଙ୍କୁ ଆକ୍ରମଣ କରିଥିଲେ। ଜାତୀୟ ରାଜପଥରେ ଗାଡ଼ି ଅଟକି ରହିବାରୁ ପଛକୁ ପଛ ଗାଡ଼ି ଲମ୍ବିଚାଲିଥିଲା। ପରିସ୍ଥିତି ଏପରି ହୋଇଥିଲା ‌ଯେ ଗାଡ଼ି ଖଣ୍ଡଗିରି ସର୍ଭିସ୍‌ ରୋଡ୍‌କୁ ମଧ୍ୟ ଜାମ୍‌ କରିଦେଇଥିଲା।
 

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଗୁଡ଼ିକୁ ରାସ୍ତାରୁ ସାଇଡ୍‌ କରିଥି‌ଲା। ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ବେଳେ ଏହି ଗଣ୍ଡଗୋଳ ବେଳେ ଗାଡ଼ିରେ ଥିବା ଏକ ଗର୍ଭିଣୀ ଗାଈ ଏକ ମୃତ ବାଛୁରୀ ଜନ୍ମ କରିଥିଲା। ଜୋର ଜବରଦସ୍ତ ଗାଡ଼ି ଅଟକାଇ ଗାଡ଼ି ଭଙ୍ଗ‌ାରୁଜା କରିଥିବା ୪ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe