ବିଜୁଳି ମାରି ଗାଡ଼ି ଜଳିଗଲା

Advertisment
ବଜ୍ରାଘାତରେ ସାରା ଓଡ଼ିଶାରେ ୯ ଜଣଙ୍କର ମୃତ୍ୟୁ

ଚନ୍ଦ୍ରଶେଖରପୁର : ବିଜୁଳି ମାରି ଗାଡ଼ି ଜଳିଗଲା। ଚନ୍ଦ୍ରଶେଖରପୁର ବିଡିଏ କଲୋନିରେ ଆଜି ଏହି ଅଘଟଣ ଘଟିଛି। କଲୋନିର ବାସିନ୍ଦା ଅମରେନ୍ଦ୍ର ପାଇକରାୟଙ୍କ କାର୍‌ଟି ଏଥିରେ କ୍ଷତିଗ୍ରସ୍ତ ହୋଇଛି। କିନ୍ତୁ ସୌଭାଗ୍ୟବଶତଃ ସେ ଏକ ବଡ଼ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆଜି ସଂଧ୍ୟାରେ ବର୍ଷା ହେଉଥିବା ବେଳେ ଜରୁରୀ କାମରେ ଅମରେନ୍ଦ୍ର ତାଙ୍କ କାର୍‌ରେ ବାହାରକୁ ବାହାରିଥିଲେ। ଏହି ସମୟରେ ହଠାତ୍‌ ଏକ ବିଜୁଳି ମାରିଥିଲା। ଏଥିଯୋଗୁଁ ଗାଡ଼ିର ବ୍ୟାଟେରିରୁ ଏକ ବଡ଼ ନିଆଁହୁଳା ବାହାରିବା ସହ ବମ୍ପର୍‌ରେ ନିଆଁ ଲାଗି ଯାଇଥିଲା। ଅମରେନ୍ଦ୍ର ଗାଡ଼ି ଷ୍ଟାର୍ଟ ବନ୍ଦ କରି ବନେଟ୍‌ ଖୋଲିଦେବାରୁ ବର୍ଷା ପାଣିରେ ନିଆଁ ଆପେ ଲିଭି ଯାଇଥିଲା। କିନ୍ତୁ ଏହା ପରେ ଗାଡ଼ିଟି ଆଉ ଷ୍ଟାର୍ଟ ହୋଇନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe