ସ୍ମାର୍ଟ ଜନପଥରେ ବାଧକ ସାଜିଛି ଭେଣ୍ଡିଂ ଜୋନ୍‌

ଆଗ ଥଇଥାନ କର ପରେ ଭାଙ୍ଗିବ, ପ୍ରଥମ ପର୍ଯ୍ୟାୟରେ ମିଳିଲା ୩୦ କିଓସ୍କ

ଉଠାଦୋକାନୀଙ୍କ ସମର୍ଥନ ପାଇଁ କସରତ; ପ୍ରତି ୱାର୍ଡରେ ହେବ ଭେଣ୍ଡିଂଜୋନ୍‌: ବିଜେଡି

Telegraph India

ଭୁବନେଶ୍ବର : ସ୍ମାର୍ଟ ଜନପଥ ପାଇଁ ଏବେ ବାଧକ ସାଜିଛି ଭେଣ୍ଡିଂ ଜୋନ୍‌। ଅଧିକାଂଶ ସ୍ଥାନରେ ଭେଣ୍ଡିଂ ଜୋନ୍‌‌ ଯୋଗୁଁ କାମ ଆଗକୁ ବଢ଼ି ନପାରି ଅଧାରେ ଅଟକିଛି। କାମ ତ ବିଳମ୍ବ ହେଉଛି; ଏହାଛଡ଼ା ଅଧପନ୍ତରିଆ କାମ ଯୋଗୁଁ କେଉଁଠି ରାସ୍ତା ଖୋଳା ହୋଇ ସେତିକିରେ ଅଟକିଛି ତ କେଉଁଠି ଅଧା ବ୍ଲକ୍‌ ପଡ଼ି ରହିଛି। ଫଳରେ ସାଧାରଣ ଲୋକଙ୍କୁ ହନ୍ତସନ୍ତ ହେବାକୁ ପଡ଼ୁଛି।

ଏଭଳି ସମସ୍ୟା ଦେଖାଦେବା ପରେ ସହିଦନଗର ମହାବୀର ଭେଣ୍ଡିଂ ଜୋନ୍‌ ଭାଙ୍ଗିବାକୁ ବିଡିଏ, ବିଏମ୍‌ସି ଏବଂ ସ୍ମାର୍ଟସିଟି ନିଷ୍ପତ୍ତି ନେଇଥିଲେ। ତେବେ ଗତ ଗୁରୁବାର ଉଚ୍ଛେଦକାରୀ ଦଳ ସମେତ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଚ୍ଛେଦ ପାଇଁ ଯିବା ବେଳେ ବିବାଦ ଦେଖାଦେଇଥିଲା। ଦୋକାନୀମାନେ ଦାବି କରିଥିଲେ ଯେ ମହାବୀର ଭେଣ୍ଡିଂ ଜୋନ୍‌ରେ ୪୬ଟି ଦୋକାନ ରହିଛି। ସମସ୍ତ ଦୋକାନୀଙ୍କୁ ପ୍ରଥମେ ଥଇଥାନ କର। ଥଇଥାନ ପରେ ଦୋକାନ ଭାଙ୍ଗିବା ଆବଶ୍ୟକ ନାହିଁ। ଆମେ ନିଜେ ଉଠିଯିବୁ ବୋଲି ଭେଣ୍ଡିଂ ଜୋନ୍‌ ସଂଘ କହିଥିଲା।

ହେଲେ ମୁଖ୍ୟ ସମସ୍ୟା ହେଲା ଯେ ବିଏମ୍‌ସି ପଞ୍ଜୀକରଣ ମୁତାବକ ସେଠାରେ ୪୧ ଦୋକାନ ରହିଛି। ବାକି ୫ ଜଣଙ୍କର ପଞ୍ଜୀକରଣ ହୋଇନାହିଁ। ତେଣୁ ଯେଉଁମାନେ ପଞ୍ଜୀକୃତ ଅଛନ୍ତି ସେମାନଙ୍କୁ ହିଁ କିଓ‌ସ୍କ ମିଳିବ। ବାକି ଯେଉଁମାନେ ପଞ୍ଜୀକୃତ ହୋଇନାହାନ୍ତି, ସେମାନଙ୍କ କଥାକୁ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ। ପ୍ରଥମ ପର୍ଯ୍ୟାୟରେ ୩୦ ଦୋକାନୀଙ୍କୁ କିଓସ୍କ ଦିଆଯାଇଛି। ଅନ୍ୟମାନଙ୍କୁ ପରେ କିଓସ୍କ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ମୁତାବକ ଯେଉଁ ଦୋକାନୀଙ୍କୁ କିଓସ୍କ ମିଳିବ, ସେମାନେ ତୁରନ୍ତ ସେଠାରୁ ଦୋକାନ ହଟାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe