ବିଭୂତି ଭୂଷଣ ପଟ୍ଟନାୟକ ସେଣ୍ଟଜନ୍‌ ଆମ୍ବୁଲାନ୍ସର ନୂତନ ସଚିବ

Advertisment
ବିଭୂତି ଭୂଷଣ ପଟ୍ଟନାୟକ ସେଣ୍ଟଜନ୍‌ ଆମ୍ବୁଲାନ୍ସର ନୂତନ ସଚିବ

ଭୁବନେଶ୍ୱର: ରାଜ୍ୟ ସେଣ୍ଟ ଜନ୍‌ ଆମ୍ବୁଲାନ୍ସର ସଭାପତି ତଥା ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ ଭାରତୀୟ ପ୍ରଶାସନିକ ସେବାର ପୂର୍ବତନ ବରିଷ୍ଠ ଅଧକାରୀ ତଥା ରାଜ୍ୟ ରେଡକ୍ରସ୍‌ର ବର୍ତ୍ତମାନର ସଚିବ ବିଭୂତି ଭୂଷଣ ପଟ୍ଟନାୟକଙ୍କୁ ରାଜ୍ୟ ସେଣ୍ଟ ଜନ୍‌ ଆମ୍ବୁଲାନ୍ସର ନୂତନ ଅବୈତନିକ ସଚିବ ଭାବେ ମନୋନୀତ କରିଛନ୍ତି। ଶ୍ରୀ ପଟ୍ଟନାୟକ ସେଣ୍ଟ ଜନ୍‌ ଆମ୍ବୁଲାନ୍ସର କାର୍ଯ୍ୟଭାର ଗ୍ରହଣ କରିବା ସହ ଆଗାମୀ ଦିନରେ ସେବା ପରିସରକୁ ବ୍ୟାପକ କରିବା, ଦୈବୀଦୁର୍ବିପାକ, ଦୁର୍ଘଟଣା ଆଦି ଜରୁରୀ ସମୟରେ ଜନସାଧାରଣଙ୍କ ପାଖରେ ତୁରନ୍ତ ପ୍ରାଥମିକ ଚିକିତ୍ସା ସେବା ଓ ଆମ୍ବୁଲାନ୍ସ ସେବା ପହଞ୍ଚାଇବା ଦିଗରେ କାର୍ଯ୍ୟ କରିବା ଦିଗରେ କାର୍ଯ୍ୟ କରିବେ ବୋଲି କହିଥିଲେ। ସେଣ୍ଟ ଜନ୍‌ ଆମ୍ବୁଲାନ୍ସର ସହକାରୀ କମିସନର୍‌ ପୁରୁଷୋତ୍ତମ ବଳ, ପ୍ରାଥମିକ ଚିକିତ୍ସା ତାଲିମ୍‌ ସଂଯୋଜିକା ନମିତା ପଟ୍ଟନାୟକ, ତାଲିମ୍ ପ୍ରଶିକ୍ଷକ ଯଶୋବନ୍ତ ନାରାୟଣ ଜେନା ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe