The Union Minister for Urban Development, Housing and Urban Poverty Alleviation and Parliamentary Affairs, Shri M. Venkaiah Naidu addressing at the inauguration of the workshop of Secretaries & Urban Development of States and Union Territories, in New Delhi on July 02, 2014.
୨୭ ପ୍ଲାଟୁନ୍ ଫୋର୍ସ, ଶହେ ଅଫିସର ନିୟୋଜିତ
ଭୁବନେଶ୍ୱର : ଶୁକ୍ରବାର ସଂଧ୍ୟାରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଭୁବନେଶ୍ୱର ଆସୁଛନ୍ତି। ଶନିବାର କିଟ୍ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ଯୋଗଦେବେ। ଏ ନେଇ କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଉଛି। ଭୁବନେଶ୍ୱରରେ ରହଣି ସମୟରେ ଉପରାଷ୍ଟ୍ରପତିଙ୍କ ସୁରକ୍ଷା ଲାଗି ସମୁଦାୟ ୨୭ ପ୍ଲାଟୁନରୁ ଅଧିକ ଫୋର୍ସ, ଶହେ ଜଣ ଅଫିସର ଓ ୨ ଜଣ ଡିସିପି ନିୟୋଜିତ ହେବେ। ଆଜି ରାଜଭବନ, ବିମାନବନ୍ଦର, କିଟ୍ର କାର୍ଯ୍ୟକ୍ରମସ୍ଥଳକୁ ଯାଇ ଯାଞ୍ଚ ଆରମ୍ଭ କରିଛି ପୁଲିସ। ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ ଓ ଡିସିପି ସତ୍ୟବ୍ରତ ଭୋଇଙ୍କ ସମେତ ଟ୍ରାଫିକ ଡିସିପି ଓ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ୍ ପରିଚାଳନା ପରିସ୍ଥିତିର ସମୀକ୍ଷା କରିଛନ୍ତି।
ଡିସିପି ସତ୍ୟବ୍ରତ ଭୋଇଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସଂଧ୍ୟା ଠିକ୍ ସାଢ଼େ ୬ଟାବେଳେ ଉପରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ବିମାନ ଭୁବନେଶ୍ୱର ବିମାନବନ୍ଦରେ ପହଞ୍ଚିବ। ଏହାପରେ ଉପରାଷ୍ଟ୍ରପତି ସିଧା ରାଜଭବନ ଯିବେ। ସେଠାରେ ସେ ରାତିରେ ବିଶ୍ରାମ କରିବେ। ପରଦିନ ସକାଳ ୧୧ଟାବେଳେ ସେ କିଟ୍କୁ ଯିବେ। ସଂଧ୍ୟାରେ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଫେରିଯିବେ।
ଏ ନେଇ କମିସନରେଟ୍ ପୁଲିସ ପକ୍ଷରୁ ରୁଟ୍ ଲାଇନ୍ ସ୍ଥିର କରାଯାଇଥିଲା। ଯେଉଁ ରାସ୍ତାରେ ଉପରାଷ୍ଟ୍ରପତି ଯିବେ, ସେହି ରାସ୍ତାକୁ ୨୫ମିନିଟ ପୂର୍ବରୁ ‘ନୋ ମ୍ୟାନ୍ ଜୋନ୍’ ଭାବେ ଘୋଷଣା କରାଯିବ। ରାସ୍ତାର ଉଭୟ ପାର୍ଶ୍ୱରେ ବ୍ୟାରେକେଡ୍ ଲଗାଯାଇଛି। ବିମାନବନ୍ଦରରୁ ରାଜଭବନ ଓ କିଟ୍ ପର୍ଯ୍ୟନ୍ତ ରାସ୍ତାର ବିଭିନ୍ନ ଛକରେ ପୁଲିସ ଫୋର୍ସ ମୁତୟନ ହେବେ। ସନ୍ଧାନୀ କୁକୁର ଓ ଗୁଇନ୍ଦା ପୁଲିସକୁ ମଧ୍ୟ ସତର୍କ କରାଇ ଦିଆଯାଇଛି। ଯେଉଁ ସବୁ ସ୍ଥାନକୁ ଉପରାଷ୍ଟ୍ରପତି ଯିବେ ସେହି ସ୍ଥାନକୁ ପୁଲିସ ଟିକିନିଖି କରି ତନଖିଛି। ଏସ୍ଓଜି ସ୍ୱତନ୍ତ୍ର ଯବାନଙ୍କୁ ଉପରାଷ୍ଟ୍ରପତିଙ୍କ ବାହ୍ୟ ସୁରକ୍ଷା ଦାୟିତ୍ୱ ପ୍ରଦାନ କରାଯାଇଛି।
ଏଥିପାଇଁ ଆଜିଠାରୁ ଭୁବନେଶ୍ୱରରେ ଥିବା ସମସ୍ତ ଗେଷ୍ଟ ହାଉସ, ହୋଟେଲ, ଲଜ୍ରେ ପୁଲିସ ଯାଞ୍ଚ ଆରମ୍ଭ କରିବ। ବିଳମ୍ବିତ ରାତିରେ ସହରର ପ୍ରବେଶ ଓ ପ୍ରସ୍ଥାନ ପଥରେ ବ୍ଲକିଂ ହେବ ବୋଲି ପୁଲିସ କହିଛି।
Follow Us