ଭୁବନେଶ୍ୱର: ସପ୍ତାହକ ତଳେ ନୂଆପଲ୍ଲୀ ଅଞ୍ଚଳର ଜଣେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ କରିବା ଘଟଣାରେ ଆଜି ନୂଆପଲ୍ଲୀ ଥାନା ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି। ସେ ହେଲା ଶିରିପୁର କଲ୍ୟାଣମଣ୍ଡପ ଅଞ୍ଚଳର ସୁଶାନ୍ତ କୁମାର ବେହେରା(୨୭)। ସୁଶାନ୍ତ ଓ ଯୁବତୀ ଜଣଙ୍କ ସହିଦନଗର ସ୍ଥିତ ଏକ କଲେଜରେ ପାଢ଼ୁଥିଲେ। ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା ବୋଲି ପୁଲିସ କହିଛି। ସେହିପରି ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ଘରୋଇ ଇଂଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ ହୋଇଥିବା ଜଣାପଡ଼ିଛି। ଯୁବତୀଙ୍କ ଇଚ୍ଛାରେ ମୋବାଇଲ୍ ଫୋନ୍ରେ ଏସବୁ ସୁଟିଂ ହୋଇଥିବା ଆଲୋଚନା ହେଉଛି।
ଛାତ୍ରୀଙ୍କ ଭିଡିଓ ଭାଇରାଲ୍ କରି ଯୁବକ ଗିରଫ
Advertisment
Follow Us