ଆଇଏଏସ୍‌ ଅଫିସର ବିନୋଦ କୁମାରଙ୍କ ଘରେ ଚଢ଼ାଉ

Advertisment
ଆଇଏଏସ୍‌ ଅଫିସର ବିନୋଦ କୁମାରଙ୍କ ଘରେ ଚଢ଼ାଉ

ଭୁବନେଶ୍ୱର: ଭିଜିଲାନ୍ସ ପକ୍ଷରୁ ଆଇଏଏସ୍‌ ଅଫିସର ବନୋଦ କୁମାରଙ୍କ ଘରେ ବୁଧବାର ସନ୍ଧ୍ୟାରେ ଚଢ଼ାଉ କରାଯାଇଛି। ମିଳିଥିବା ସୂଚନା ଅନୁସାରେ କଟକ ଭିଜିଲାନ୍ସ ସେଲ ପକ୍ଷରୁ ଏହି ଚଢ଼ାଉ ବିନୋଦ କୁମାରଙ୍କ ନୂଆପଲ୍ଲୀ ଭିଆଇପି କଲୋନୀସ୍ଥିତ ବାସଭବନରେ ଚଢ଼ାଉ କରାଯାଇଛି। କୋର୍ଟ ମଙ୍ଗଳବାର ବିନୋଦ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରି ଏନ୍‌ବିଡବ୍ଲୁ ଜାରି କରିଥିଲେ।

ସୂଚନାଯୋଗ୍ୟ, ବହୁଚର୍ଚିତ ଓଆର୍‌ଏଚ୍‌ଡିସି (ଓଡ଼ିଶା ରୁରାଲ୍‌ ହାଉସିଂ ଆଣ୍ଡ ଡେଭଲପମେଣ୍ଟ୍‌ କର୍ପୋରେସନ୍‌) ଦୁର୍ନୀତି ମାମଲାରେ ମଙ୍ଗଳବାର ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ ରାୟ ପ୍ରକାଶ ପ୍ରକାଶ କରିଥିଲେ । ସମସ୍ତ ୬ ଜଣ ଅଭିଯୁକ୍ତ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେମାନେ ହେଲେ ବରିଷ୍ଠ ଆଇଏଏସ୍‌ ତଥା ତତ୍କାଳୀନ ଓଆରଏଚ୍‌ଡିସିର ପରିଚାଳନା ନିର୍ଦେଶକ ବିନୋଦ କୁମାର, ନିର୍ଦେଶକ ପୂର୍ଣ୍ଣଚନ୍ଦ୍ର ଦାସ, ନିର୍ଦେଶକ ସଂଜୟ ମହାନ୍ତି, ଆକାଉଣ୍ଟାଣ୍ଟ୍‌ ପ୍ରଦୀପ ରାଉତ, ଆକାଉଣ୍ଟାଣ୍ଟ୍‌ ଚିତ୍ତରଂଜନ ମଲ୍ଲିକ ଓ ଗ୍ରାମ୍ୟ ବିକାଶ ମଞ୍ଚ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନର ସମ୍ପାଦକ ଆଶିଷ କୁମାର ନାୟକ ପ୍ରମୁଖ। ଗତକାଲି ଶୁଣାଣିବେଳେ କେବଳ ଆକାଉଣ୍ଟାଣ୍ଟ୍‌ ଚିତ୍ତରଂଜନ କୋର୍ଟରେ ଉପସ୍ଥିତ ଥିଲେ। ତେଣୁ ତାଙ୍କୁ କୋର୍ଟ ୩ ବର୍ଷ ସଶ୍ରମ କାରାଦଣ୍ଡ ଓ ୭୫ ହଜାର ଟଙ୍କା ଜରିମାନା କରିଛନ୍ତି। ଅନ୍ୟମାନେ କୋର୍ଟରେ ଉପସ୍ଥିତ ନ ଥିବା କାରଣରୁ ସେମାନଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ (ଜାମିନବିହୀନ ଗିରଫ ପରଓ୍ଵାନା) ଜାରି କରାଯାଇଥିଲା । ତୁରନ୍ତ ସେମାନଙ୍କୁ ଗିରଫ କରିବାକୁ କମିସନରେଟ୍‌ ପୁଲିସ ଓ ଭିଜିଲାନ୍ସ କର୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଥିଲା । ଗିରଫ ପରେ ସେମାନଙ୍କ ବିରୋଧରେ ଦଣ୍ଡବିଧାନ କରାଯିବ ବୋଲି କୋର୍ଟ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe