ଶିକ୍ଷକଙ୍କ ପାଇଁ ଲଢ଼ୁଥିଲେ ବିକ୍ରମ କେଶରୀ

Advertisment
ଶିକ୍ଷକଙ୍କ ପାଇଁ ଲଢ଼ୁଥିଲେ ବିକ୍ରମ କେଶରୀ

ଭୁବନେଶ୍ବର: ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ(ୟୁଟିଆ) ପକ୍ଷରୁ ଇଡକଲ୍‌ ଅଡିଟୋରିୟମ୍‌ଠାରେ ପୂର୍ବତନ ବିଧାୟକ ତଥା ସଂଘର ପ୍ରତିଷ୍ଠାତା ସଭାପତି ସ୍ବର୍ଗତ ବିକ୍ରମ କେଶରୀ ବର୍ମାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ ଉଦ୍‌ଘାଟନ କରି କହିଲେ, ସ୍ବର୍ଗତ ବର୍ମା ଜଣେ ସରଳ ଓ ନିଷ୍ଠାପର ରାଜନେତା, କବି, ସୁଲେଖକ ଓ ଏକଧାରାରେ ଜଣେ ଦରଦୀ ବନ୍ଧୁ ଥିଲେ। ତାଙ୍କର ରାଜନୈତିକ ଜୀବନ ଓଡ଼ିଶାର ସବୁବର୍ଗର ଲୋକଙ୍କ ମାନସପଟରେ ସବୁଦିନ ଉଜ୍ଜୀବିତ ହୋଇ ରହିବ। ମୁଖ୍ୟ ଅତିଥି ବିଧାୟକ ପ୍ରତାପ ଜେନା କହିଲେ ଯେ ସ୍ବର୍ଗତ ବର୍ମା ଶିକ୍ଷକମାନଙ୍କ ପାଇଁ ନିଃସ୍ବାର୍ଥପର ଲଢ଼େଇ କରି ଚିରସ୍ମରଣୀୟ ହୋଇ ରହିଛନ୍ତି।

ୟୁଟିଆର ସଭାପତି ଉପେନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ଗଣଶିକ୍ଷା ନିର୍ଦ୍ଦେଶକ ଶରତ କୁମାର ବିଶ୍ବାଳ, ଓଡ଼ିଶା ଜଙ୍ଗଲ ଓ ପରିବେଶ ବିଭାଗ ଅବସରପ୍ରାପ୍ତ ନିର୍ଦ୍ଦେଶକ ଆଶୁତୋଷ ଦେବତା, ଓଡ଼ିଆ ଭାଷା ପ୍ରତିଷ୍ଠାନର ବରିଷ୍ଠ ସଭ୍ୟ ପ୍ରେମାନନ୍ଦ ମହାପାତ୍ର, ନାରାୟଣ ମୁଦୁଲି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ପତ୍ରିକା ‘ସ୍ମରଣିକା’ ଓ ‘ସ୍ମୃତିଅର୍ଘ୍ୟ’ ଲୋକାର୍ପିତ ହୋଇଥିଲା।
ୟୁଟିଆର ସାଧାରଣ ସଂପାଦକ ପ୍ରଣବ ରାଉତରାୟ, ମୁଖ୍ୟ ସଂଯୋଜକ ଶରତ ପାଇକରାୟ, ସଂଗଠନ ସଂପାଦକ ଦେବେନ୍ଦ୍ର ମହାନ୍ତି, ସୁରେନ୍ଦ୍ର ନାଥ ପଣ୍ଡା, ଶଶାଙ୍କ ପଣ୍ଡା ଓ ଅର୍ପିତା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ଅନୁଷ୍ଠାନର ଉପସଭାପତି ଅର୍ଜୁନ କୁମାର ବିଶ୍ବାଳ ସ୍ବାଗତ ଭାଷଣ ଓ କୋଷାଧ୍ୟକ୍ଷ ଗଙ୍ଗାଧର ସେନାପତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe