ଉଜୁଡ଼ି ଯାଇଛି ଭଅଁରା ଗ୍ରାମ୍ୟ ଜଙ୍ଗଲ : ଜଙ୍ଗଲ ପାଲଟିଛି ଚାଷ ଜମି, ବଞ୍ଚିଥିବା ଗଛ କାଟି ନେଉଛନ୍ତି

Advertisment
ଉଜୁଡ଼ି ଯାଇଛି ଭଅଁରା ଗ୍ରାମ୍ୟ ଜଙ୍ଗଲ : ଜଙ୍ଗଲ ପାଲଟିଛି ଚାଷ ଜମି, ବଞ୍ଚିଥିବା ଗଛ କାଟି ନେଉଛନ୍ତି

ବାଲିପାଟଣା : ଫନି ବାତ୍ୟାରେ ଉଜୁଡ଼ି ଯାଇଛି ବାଲିପାଟଣା ବ୍ଲକର ଭଅଁରା ଗ୍ରାମ୍ୟ ଜଙ୍ଗଲ। ଜଙ୍ଗଲରେ ଥିବା ଅର୍ଜୁନ, ଗମ୍ଭାରୀ, ଫାସି, କେନ୍ଦୁ, ଜାମୁ, ଆମ୍ବ, ନିମ୍ବ, ବାଉଁଶ ଓ ବେତ ପରି ବହୁ ମୂଲ୍ୟବାନ ଗଛ ଭାଙ୍ଗି ପଡ଼ିଛି। ଦୀର୍ଘ ‌ଶହେ ବର୍ଷର ପୁରୁଣା ଓ ୧୦୦ ହେକ୍ଟର ଜମି ଉପରେ ଅବସ୍ଥିତ ଏହି ଜଙ୍ଗଲ ଉପରେ ଲୋକଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ଲୋକମାନେ ଭଙ୍ଗା ଗଛ ସହ ବଞ୍ଚିଥିବା ଗଛକୁ ମଧ୍ୟ କାଟି ନେଉଛନ୍ତି। ଧୀରେଧୀରେ ଜଙ୍ଗଲର ଚର୍ତୁପାର୍ଶ୍ବକୁ ଲୋକମାନେ ଚାଷ ଜମିରେ ପରିଣତ କରିସାରିଲେଣି। ଆଉ ଗଛ ନଷ୍ଟ ହୋଇଯିବାରୁ କିଛି ଅଂଶ ଚାରଣ ଭୂଇଁରେ ପରିଣତ ହୋଇଗଲାଣି। ବନ ବିଭାଗ କେବଳ କେସ୍‌ ଡାଏରି କରି ଚୁପ୍‌ ବସିଥିବା ଅଭିଯୋଗ ହେଉଛି। ଫନି ବାତ୍ୟାରୁ ବର୍ତ୍ତି ଯାଇଥିବା ରାସ୍ତାକଡ଼ର ଶହଶହ ଗଛକୁ ଲୋକେ ନିଜ ସ୍ବାର୍ଥ ପାଇଁ କାଟି ନେଉଥିବା ଜଣାପଡ଼ିଛି। ଅପରପକ୍ଷରେ ବାଲିପାଟଣା ଛକ ହୋଣ୍ଡା ସୋ ରୁମ୍‌ ଆଗରେ ଥିବା ବହୁ ବର୍ଷର ପୁରୁଣା ବରଗଛ ବାତ୍ୟାରେ ରକ୍ଷା ପାଇଯାଇଥିଲା। ଉକ୍ତ ଗଛର ପଛ ପଟେ ଥିବା ଜମିର ମାଲିକ ଦିନ ଦ୍ବିପ୍ରହରରେ ଉକ୍ତ ଗଛକୁ କାଟି ପକାଇଛନ୍ତି। ଏହାଦ୍ବାରା ପୂର୍ତ୍ତ ବିଭାଗର ଉତ୍ତରା-ନିମାପଡ଼ା ରାସ୍ତାର କ୍ଷତି ହୋଇଥିବା ବେଳେ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିବା ବିଏସଏନଏଲ କେବୁଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଅନ୍ୟପଟେ ୧୧ କେଭି ବିଦ୍ୟୁତ୍‌ ମରାମତି ପାଇଁ ବାଲିପାଟଣା, ଖମଙ୍ଗ ରାସ୍ତା କଡ଼ରୁ ଗଛ କଟାଯାଉଥିବା ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି।

ଅନ୍ୟପକ୍ଷରେ ଗ୍ରାମ୍ୟ ଜଙ୍ଗଲରେ ଥିବା ଜୀବଜନ୍ତୁଙ୍କ ସୁରକ୍ଷିତ ଥିବା ନେଇ ଆଶଙ୍କା ପ୍ରକାଶ ପାଇଛି। ବନ ବିଭାଗ ଅଧିକାରୀ ଜୟକୃଷ୍ଣ ଯଦୁମଣି ଦାସଙ୍କ କହିବାନୁଯାୟୀ, ଉକ୍ତ ଜଙ୍ଗଲରେ ଗଧିଆ, ଠେକୁଆ, ବିଲୁଆ, ନେଉଳ ଭଳି ଜୀବଜନ୍ତୁ ରହୁଥିଲେ। କିଛିଦିନ ତଳେ ଅମେଣାକୁଦ ଗାଁ ବାମ୍ଫିରୁ ଏକ ହେଟାବାଘ ଉଦ୍ଧାର କରାଯାଇଥିଲା। ବନ ବିଭାଗ ସୂଚନା ମୁତାବକ ଉକ୍ତ ଜଙ୍ଗଲରେ ୩/୪ଟି ହେଟାବାଘ ରହୁଥିଲେ। ବାତ୍ୟା ପରେ ସେମାନେ କୁଆଡ଼େ ଗଲେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe