ବାଲିପାଟଣା : ବନମାଳୀପୁର ଅଞ୍ଚଳରେ ଗତକାଲି ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ କୋଭିଡ୍ ହସ୍ପିଟାଲକୁ ପଠାଇ ଦିଆଯାଇଛି। ଉକ୍ତ ଗ୍ରାମକୁ ବାଲିପାଟଣା ଅଗ୍ନିଶମ ବିଭାଗ ତରଫରୁ ଆଜି ସାନିଟାଇଜ୍ କରାଯାଇଛି। ପ୍ରଶାସନ ପ୍ରସ୍ତାବ ଦେବା ପରେ ଭାପୁର ପଞ୍ଚାୟତର ଭାରପ୍ରାପ୍ତ ସରପଞ୍ଚ ଗାଁକୁ ମଙ୍ଗଳବାର ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି। ଗାଁର ୩ଟି ପ୍ରବେଶ ପଥକୁ ବାଉଁଶ ବାନ୍ଧି ସିଲ୍ କରାଯାଇଛି ବୋଲି ଭାରାପ୍ରାପ୍ତ ସରପଞ୍ଚ ହେମନ୍ତ ସାହୁ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ପଜିଟିଭ୍ ଚିହ୍ନଟ ବ୍ୟକ୍ତିଙ୍କର ଭୁବନେଶ୍ବରରେ ଏକ ବ୍ୟାବସାୟିକ ପ୍ରତିଷ୍ଠାନ ଅଛି। ପ୍ରତ୍ୟେକ ଦିନ ଦୋକାନକୁ ଯାଇ ପୁଣି ଘରକୁ ଫେରନ୍ତି। ୩/୪ ଦିନ ତଳେ ସେ ଭୁବନେଶ୍ବରରେ ସ୍ବାବ ଟେଷ୍ଟ ପାଇଁ ନମୁନା ଦେଇଥିଲେ। ଗତକାଲି ରିପୋର୍ଟ ପଜିଟିଭ୍ ଆସିଥିଲା।
ବାଲିପାଟଣା : ମଙ୍ଗଳବାର ଯାଏ ଗାଁ ସିଲ୍
Advertisment
Follow Us