ଆଜି ବି ଗାନ୍ଧୀ ବିଚାରଧାରାର ଆବଶ୍ୟକତା ରହିଛି

Advertisment

ବିନୋବା ସେବା ପ୍ରତିଷ୍ଠାନ ପକ୍ଷରୁ ଅନ୍ତର୍ଜାତୀୟ ଅହିଂସା ଦିବସ

ବିନୋବା ସେବା ପ୍ରତିଷ୍ଠାନ ପକ୍ଷରୁ ଅନ୍ତର୍ଜାତୀୟ ଅହିଂସା ଦିବସ

ଆଜି ବି ଗାନ୍ଧୀ ବିଚାରଧାରାର ଆବଶ୍ୟକତା ରହିଛି

ଭୁବନେଶ୍ୱର : ସ୍ୱାଧୀନତାର ୭୦ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ବି ଗାନ୍ଧୀ, ବିନୋବାଙ୍କ ସ୍ୱପ୍ନ, ବିଚାରଧାରାକୁ ଆମେ ସଫଳ କରିପାରି ନାହୁଁ। ଗାନ୍ଧୀଙ୍କ ବିଚାରଧାରା ବିନା ଦେଶର ପ୍ରଗତି ଅସମ୍ଭବ। ତେଣୁ ଗାନ୍ଧୀଜୀଙ୍କ ବାଣୀର ବ୍ୟାପକ ପ୍ରଚାର ପ୍ରସାର ସାଧାରଣ ଜନତାଙ୍କ ମଧ୍ୟରେ କରାଯିବା ଦରକାର। ଆଜି ବି ଗାନ୍ଧୀ ଦର୍ଶନ ଓ ବିଚାରଧାରାର ଆବଶ୍ୟକତା ଓ ଗୁରୁତ୍ୱ ରହିଛି।

ବିନୋବା ସେବା ପ୍ରତିଷ୍ଠାନ, ପୂଜ୍ୟପୂଜା ସଂସଦ ଓ ଜୟକିରଣ ଟ୍ରଷ୍ଟ ପକ୍ଷରୁ ବୁଦ୍ଧ ମନ୍ଦିର ପରିସରରେ ଆନ୍ତର୍ଜାତୀୟ ଅହିଂସା ଦିବସ ପାଳନ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏପରି ମତପ୍ରକାଶ କରିଛନ୍ତି।

ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପୂର୍ବତନ ବିଧାୟକ ପ୍ରତାପ ଷଡ଼ଙ୍ଗୀ କହିଲେ, ଗାନ୍ଧୀଜୀଙ୍କ ଗ୍ରାମ ସ୍ୱରାଜ, କୁଟୀର ଶିଳ୍ପ, ନିଶା ନିବାରଣ, ଗୋ ରକ୍ଷା ଆଦି ସ୍ୱପ୍ନ ସ୍ୱପ୍ନରେ ରହିଗଲା। ଗାନ୍ଧୀଜୀଙ୍କ ଶରରୀକୁ ହତ୍ୟା କରିଥିବା ନାଥୁରାମ ଗଡ୍‌ସେ ପରି ତାଙ୍କ ସ୍ୱପ୍ନ ସାକାର ନକରି ଯେଉଁମାନେ ତାଙ୍କ ଆତ୍ମାକୁ ହତ୍ୟା କରିଛନ୍ତି, ସେମାନଙ୍କୁ ବି ଦଣ୍ଡିତ କରାଯାଉ। ସମ୍ମାନିତ ଅତିଥି ସମାଜସେବୀ ନମ୍ରତା ଚଢ଼ା କହିଲେ, ଆଜି ପ୍ରତିବାଦର ସ୍ୱର ଲୋକଙ୍କ ଭିତରେ କମି ଯାଇଛି। ଅନ୍ୟାୟର ପ୍ରତିବାଦ ବିନା ଏକ ଉନ୍ନତ ସମାଜ ଗଠନ ଅସମ୍ଭବ। ମାନବାଧିକାର କର୍ମୀ ତଥା ବିନୋବା ସେବା ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ମନୋଜ ଜେନା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ପଦ୍ମାକର ଗୁରୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଜାତୀୟ ଯୁବପ୍ରକଳ୍ପର ଓଡ଼ିଶା ମୁଖ୍ୟ ମଧୁସୂଦନ ଦାସ ସର୍ବଧର୍ମ ସମନ୍ଵୟ ପ୍ରାର୍ଥନା ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ଅନେକ ସାଧାରଣ ଲୋକ ଓ ଗାନ୍ଧୀପ୍ରେମୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe