ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଥିବା ସାମନ୍ତରାପୁର ଗାଁରେ ଶନିବାର ସନ୍ଧ୍ୟାରେ ବ୍ୟାପକ ହିଂସା ଦେଖାଯାଇଛି। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ଥିବା ସାମନ୍ତରାପୁର ଓ ଶିଶୁପାଳ ଗାଁ ମଧ୍ୟରେ ସାମୁହିକ କାମକୁ ନେଇ ହୋଇଥିବା ଗଣ୍ଡଗୋଳ ଯୋଗୁଁ ଦୋକାନ ବଜାର ଭଙ୍ଗାରୁଜା ହୋଇଛି। ନୂଆଗାଁ ପେଟ୍ରୋଲ ପମ୍ପ ସମ୍ମୁଖରେ ଟାୟାର ଜାଳି ଘଣ୍ଟାଏ ପର୍ଯ୍ୟନ୍ତ ରାସ୍ତାରୋକ ହୋଇଥିବା ଜଣାପଡ଼ିଛି। ହିଂସାକାଣ୍ଡ ନିୟନ୍ତ୍ରଣ କରିବାକୁ ପୁଲିସ ମୁତୟନ କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ କୌଣସି ବ୍ୟକ୍ତି ଆହତ ହୋଇଥିବାର ସୂଚନା ମିଳି ନାହିଁ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us